Thursday, October 15, 2026
22.4 C
Odisha

    ପୁଲିସ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ

    ଆଗକୁ ପଢନ୍ତୁ

    ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ପୁଣି ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଆଜି ସକାଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ନିକଟସ୍ଥ କାମ୍ବେରିକିଆ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହେବା ପରେ ଜଣେ ମାଓବାଦୀ ନିହତ ହୋଇଥିବାର ଖବର ମିଳିଛି। ଏଠାରେ ମାଓ ଶିବିର ଧ୍ବଂସ ହୋଇଛି। ପୁଲିସ-ମାଓବାଦୀ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା ହୋଇଥିବା ବେଳେ ଏଥିରେ ଜଣେ ଡିଭିଏଫ୍ ଯବାନ୍ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କ ନାମ ଜିତେନ୍ଦ୍ର ନାୟକ ଓ ତାଙ୍କ ବାମ ହାତରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଅନ୍ୟପଟେ ପୁଲିସର ପାଲଟା ଗୁଳି ବର୍ଷାରେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଜି ସକାଳେ କନ୍ଧମାଳ ଏସ୍‌ପିଙ୍କୁ କମ୍ବେରିକିଆ ଜଙ୍ଗଲରେ କେକେବିଏନ୍‌ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲୁଥିବା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ସେମାନଙ୍କ ଆକ୍ରମଣରେ ଯବାନ ଜଣକ ଆହତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ