Tuesday, June 23, 2026
37.3 C
Odisha

    ନଗଡ଼ାକୁ ନେଇ ଚଳଚ୍ଚିତ୍ର କରିବେ ଅଭିନେତ୍ରୀ ନୈନା ଦାଶ

    ଆଗକୁ ପଢନ୍ତୁ

    କାଳିଆପାଣି : ନଗଡ଼ାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ ଅଭିନେତ୍ରୀ ନୈନା ଦାଶ ତିଓ୍ବାରି। ସେ ପ୍ରଯୋଜକ ଭିଣୋଇ ଡ. ଅଭୟ ପତି, ୨ ଭଉଣୀ ଅସ୍ମିତା ପତି ଓ ଅଂଶୁ ତ୍ରିପାଠୀଙ୍କ ସହ ନଗଡ଼ା ଗସ୍ତରେ ଆସି ଏହାର ସ୍ଥିତି ଓ ଭିତ୍ତିଭୂମି ପରଖିଛନ୍ତି। ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ାର ଘରକୁ ଘର ବୁଲି ସାଧାରଣ ଜୁଆଙ୍ଗ ଜନଜାତିର ପ୍ରଥା, ପରମ୍ପରା, ଚାଙ୍ଗୁନୃତ୍ୟ, ସାମାଜିକ ବ୍ୟବସ୍ଥା ଓ ସେମାନଙ୍କ ଜୀବନଚର୍ଯ୍ୟା ପରଖିଛନ୍ତି।ନଗଡ଼ାର ନବ ଦମ୍ପତିଙ୍କ ବହୁବିଧ ସମସ୍ୟା ପଚାରି ବୁଝିଛନ୍ତି। କିଛି ରୁଗ୍‌ଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ବିଶେଷକରି ଏହି ଚଳଚ୍ଚିତ୍ର ନଗଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଜୁଆଙ୍ଗ ଜନଜାତିର ସାମାଜିକ ସଂସ୍କୃତି ଓ ଚଳଣି ଉପରେ ପର୍ଯ୍ୟବେସିତ ହେବ ବୋଲି ନୈନା କହିଛନ୍ତି। ସେହିପରି ନଗଡ଼ା ଘଟଣାବଳୀକୁ ନେଇ ଖୁବଶୀଘ୍ର ଏକ ବୃତ୍ତଚିତ୍ର ନିର୍ମାଣ କରାଯିବ ‌ବୋଲି ଶ୍ରୀପତି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.3 ° C
    37.3 °
    37.3 °
    31 %
    2.8kmh
    72 %
    Tue
    36 °
    Wed
    38 °
    Thu
    39 °
    Fri
    35 °
    Sat
    36 °

    ସମ୍ବନ୍ଧିତ