Monday, October 5, 2026
21.7 C
Odisha

    ୟୁକ୍ରେନ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୧୬ ମୃତ, ୬୧ ଆହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କିଭ୍ ଏବଂ ମସ୍କୋ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ୟୁକ୍ରେନ୍‌ ଉପରେ ୩ଟି କ୍ଷେପଣାସ୍ତ୍ର ଆକ୍ରମଣ ଆକ୍ରମଣ କରିଛି ରୁଷ୍‌। ୟୁକ୍ରେନ ରିପୋର୍ଟ କରିଛି ଯେ ହୋଇଥିବା ତିନୋଟି କ୍ଷେପଣାସ୍ତ୍ର ଆକ୍ରମଣରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୧ ଜଣ ଆହତ ହୋଇଛନ୍ତି।ଆକ୍ରମଣ ପରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କିଙ୍କ ସମେତ ୟୁକ୍ରେନ ଅଧିକାରୀମାନେ ପର୍ଯ୍ୟାପ୍ତ ବାୟୁ ପ୍ରତିରକ୍ଷା ଅଭାବରୁ ଦୁଃଖ ପ୍ରକାଶ କରି କହିଛନ୍ତି। ରୁଷର ଆକ୍ରୋଶର ମୁକାବିଲା ପର୍ଯ୍ୟାପ୍ତ ଯନ୍ତ୍ରପାତି ସହାୟତାରେ ହିଁ କରାଯାଇପାରିବ।

    ୟୁକ୍ରେନରେ ରୁଷିଆର ଘମାଘୋଟ କ୍ଷେପଣାସ୍ତ୍ର ମାଡ଼ ଏବେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି କରିଛି। ଉତ୍ତର ୟୁକ୍ରେନରେ ଥିବା ଚେର୍ନିହିଭରେ ପୁଟିନ ସେନା କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏହି ଆକ୍ରମଣରେ ୟୁକ୍ରେନର ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସହ ବଡ଼ ବଡ଼ କୋଠା, ପାର୍କିଂ ଆଦି ସ୍ଥାନ କ୍ଷତିଗ୍ରସ୍ତ ହୋଇଛି ।

    ଏଥିରେ ୩ ଶିଶୁଙ୍କ ସହ ୬୦ ଜଣ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଏବ‌େ ବି ଜାରି ରହିଛି । ୟୁକ୍ରେନ ଉପରେ ରୁଷିଆର ଏହି କ୍ଷେପଣାସ୍ତ୍ର ମାଡ଼ ପରେ ପାଶ୍ଚାତ୍ୟ ଦେଶରୁ ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କି । ସେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ବାୟୁ ପ୍ରତିରକ୍ଷା ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ