Tuesday, March 24, 2026
35.6 C
Odisha

    ଗୋପାଳପୁର-ରାୟଗଡ଼ା-ଜୟପୁର ଅର୍ଥନୈତିକ କରିଡର୍‌ କରିବ ଆଦାନୀ: ରାଜ୍ୟ ସରକାରଙ୍କୁ ଦେଲା ପ୍ରସ୍ତାବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ‌ରେ ବନ୍ଦର ଓ ଖଣି ପ୍ରକଳ୍ପ ହାତେଇବା ପରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ରାଜ୍ୟରେ ଆଉ ଏକ ବଡ଼ ପ୍ରକଳ୍ପ କରିବାକୁ ଯୋଜନା ରଖିଛି। ରାଜ୍ୟରେ ଗୋପାଳପୁର-ରାୟଗଡ଼ା-ଜୟପୁର ଅର୍ଥନୈତିକ କରିଡର ବିକାଶ କରିବାକୁ ଏହା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। କମ୍ପାନି ଏଭଳି ଏକ ସମୟରେ ଏହି ପ୍ରସ୍ତାବ ଦେଇଛି ଯେତେବେଳେ ଗାନ୍ଧମାର୍ଦ୍ଦନ ପର୍ବତରେ ଏହାର କାର୍ଯ୍ୟକଳାପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏଭଳି ଏକ ସମୟରେ ଗୋପାଳପୁର-ରାୟଗଡ଼ା-ଜୟପୁର ପ୍ରକଳ୍ପ ଆଦାନୀ କରିବାକୁ ଯାଉଥିବା ଜଣାପଡ଼ିବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଦାନୀ କାହିଁକି? କୌଣସି ସ୍ଥାନୀୟ ସଂସ୍ଥାକୁ କାହିଁକି ନୁହେଁ? ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରଶ୍ନ କରିଛନ୍ତି।
    କମ୍ପାନି ପକ୍ଷରୁ ଗତ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ଅର୍ଥନୈତିକ କରିଡର ବିକାଶ କରିବା ପ୍ରସ୍ତାବ ଦିଆଯାଇଛି। ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ର ନେତୃତ୍ବ ନେଉଥିବା ଗୌତମ ଆଦାନୀଙ୍କ ପୁଅ କରନ ଆଦାନୀ ଏହି ଚିଠି ଲେଖିଛନ୍ତି। ପିଏମ୍ ଗତିଶକ୍ତି ଯୋଜନା ଅଧୀନରେ କମ୍ପାନି ଏହି ପ୍ରକଳ୍ପ କରିବାକୁ ଚାହୁଛି। ତାହାକୁ ଗଠନ, ମାଲିକାନା, ପରିଚାଳନା ଓ ହସ୍ତାନ୍ତର ମଡେଲ୍‌ରେ ବିକାଶ କରାଯିବ। ଏହି କରିଡର୍‌ରେ କମ୍ପାନି ସଡ଼କ, ରେଳପଥ, ପାଇପ୍‌ଲାଇନ୍ ଓ ୟୁଟିଲିଟିର ବ୍ୟବସ୍ଥା କରିବ। ଛଅ ଲେନ୍ ବିଶିଷ୍ଟ ସଡ଼କ ଓ ଦୁଇ ଲାଇନ୍ ବିଶିଷ୍ଟ ରେଳପଥ ଭଳି ବଡ଼ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ବିକାଶ କରାଯିବ। ରାଜ୍ୟର ବିକାଶ ଲାଗି ଏହି ପ୍ରକଳ୍ପ ନିର୍ଧାରିତ ସମୟ ବିଷୟରେ ଶେଷ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କମ୍ପାନି ସରକାରଙ୍କୁ ଜଣାଇ ଦେଇଛି। ପ୍ରକଳ୍ପ ହେଲେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ସମେତ ଅନ୍ୟ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଭାଗରେ ଥିବା ଅଞ୍ଚଳଗୁଡ଼ିକରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଉପକୃତ ହେବେ। ଗଞ୍ଜାମ ଓ ଜୟପୁର ମଧ‌୍ୟରେ ଯାତାୟାତ ସମୟ ୯ ଘଣ୍ଟାରୁ ସାଢ଼େ ତିନି ଘଣ୍ଟାକୁ ହ୍ରାସ ପାଇବ। ଦ୍ରୁତ ଗତିରେ ପଣ୍ୟ ପରିବହନ ହୋଇପାରିବ, ଯାହାର ପ୍ରଭାବରେ ଏହି ଅଞ୍ଚଳରେ ଶିଳ୍ପ ଓ ଅର୍ଥନୈତିକ ବିକାଶ ହୋଇପାରିବ ବୋଲି କମ୍ପାନି କହିଛି। ଓଡ଼ିଶାରେ ଆଦାନୀ ଗ୍ରୁପ୍ ଅଧୀନରେ ଧାମରା ବନ୍ଦର ଥିବା ବେଳେ ନିକଟରେ ଏହା ଗୋପାଳପୁର ବନ୍ଦରକୁ ଅଧିଗ୍ରହଣ କରିଛି। ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଏହାର ତଲାବିରା କୋଇଲା ଖଣି ରହିଛି। ଆଲୁମିନିୟମ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ନିକଟରେ କୁଟ୍ରୁମାଳି ବକ୍ସାଇଟ ଖଣିକୁ ହାସଲ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ