Thursday, July 3, 2025
23.9 C
Odisha

    ଲିଭର ସମସ୍ୟାକୁ ନେଇ ଚିନ୍ତିତ କି? ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

    ଆଗକୁ ପଢନ୍ତୁ

    ଆଜିକାଲିର ଖରାପ ଜୀବନ ଶୈଳୀ ପାଇଁ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖାନ କରିବାକୁ ପଡିଥାଏ । ଅନହେଲଦି ଖାଦ୍ୟ ପାଇଁ ଲୋକେ ବିଶେଷ କରି ଲିଭର ସମସ୍ୟାକୁ ସାମ୍ନା କରିଥାନ୍ତି । ଲିଭର ସମସ୍ୟା ଦିନକୁ ଦିନ ଦ୍ରୁତ ଗତିରେ ମାଡି ଚାଲିଛି । ବର୍ତ୍ତମାନ ଜେନେରେସନର ପିଲାମାନେ ଅଧିକାଂଶ ଅଏଲି ଫୁଡ୍ ନଚେତ୍ ଫାଷ୍ଟଫୁଡ୍ ଖାଇ ସେହକୁ ଅସୁସ୍ଥ ବନାଉଛନ୍ତି । ଖରାପ ଖାଦ୍ୟପେୟ ହିଁ ଲିଭର ସମସ୍ୟାର କାରଣ ।

    ଯୁଗର ପରିବର୍ତ୍ତନ ହେବା ପରେ ଶିକ୍ଷିତ ହୋଇ ମଧ୍ୟ ଏବେ ବି କିଛି ପିଲା ରହିଛନ୍ତି ଯେଉଁମାନେ ମଦ୍ୟପାନ କରୁଛନ୍ତି । ଯାହା ଲିଭର ସମସ୍ୟାର ଆଉ ଏକ ମୁଖ୍ୟ କାରଣ । ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି । ସବୁ ଜାଣିବା ପରେ ବି ସେମାନେ ମଦ୍ୟପାନକୁ ଛାଡିନଥାନ୍ତି । ଏହି କାରଣ ଯୋଗୁଁ ଲିଭର ସମସ୍ୟା ବଢିବାର ଆଶଙ୍କା କରାଯାଏ । ସୁସ୍ଥ ଜୀବନ ପାଇଁ ଏହି ସବୁଠାରୁ ଦୂରରେ ରହିବା ଆବଶ୍ୟକ । ଏହା ଛଡା ଖରାପ ଖାଦ୍ୟକୁ ମଧ୍ୟ ଏଡାଇବା ନିହାତି ଜରୁରୀ । ଯଦି ଲିଭର ସମସ୍ୟାଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ସପ୍ତାହରେ ଏହି ୪ଟି ଜିନିଷ ଆପଣଙ୍କୁ ସୁସ୍ଥ ରଖିପାରିବ । ତେଣୁ ସେହି ୪ଟି ଜିନିଷକୁ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ । ତେବେ ଆସନ୍ତୁ ସେହି ୪ଟି ଜିନିଷ ସମ୍ପର୍କରେ ଜାଣିବା ।

    ଖଜୁରୀ ସୁସ୍ଥ ଶରୀର ପାଇଁ ବେଶ୍ ଉପଯୋଗୀ । ଯାହାକୁ ଲିଭର ଜନିତ ସମସ୍ୟା ପାଇଁ ଭଲ ବୋଲି ବିବେଚନା କରାଯାଇଥାଏ । ଖଜୁରୀକୁ ଆଣ୍ଟିଅକ୍ସିଡାଣ୍ଟର ପାୱାରହାଉସ୍ ମଧ୍ୟ କୁହାଯାଏ । ଏଥିରେ ଅଖରୋଟ ମିଶାଇ ଖାଇବା ଦ୍ବାରା ଏହା ଶରୀରକୁ ଦ୍ବିଗୁଣିତ ଲାଭ ଦେଇଥାଏ । ଯାହା ଶରୀରକୁ ଓମେଗା-୩ ଫ୍ୟାଟି ଏସିଡ୍ ଯୋଗାଇବ। ଆପଣ ଏହି ଦୁଇଟି ଜିନିଷକୁ ଏକ ସ୍ନାକ୍ସ ଭାବରେ ମଧ୍ୟ ମିଶାଇ ଖାଇପାରିବେ । ଯାହା ଆପଣଙ୍କ ସୁସ୍ଥ ଲିଭର ଗଠନ କରିବାରେ ସାହାଯ୍ୟ କରିବ ।

    ମିଶ୍ରିତ ବାଦାମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ବାଦାମ ଖାଇବା ଦ୍ୱାରା ଭିଟାମିନ୍ ଇ ଭରପୁର ମାତ୍ରାରେ ରହିଥାଏ । ଯାହା ଶରୀରକୁ ଆବଶ୍ୟକୀୟ ଭିଟାମିନ୍ ଏବଂ ଚର୍ବି ଯୋଗାଇଥାଏ । ଏହା ସୁସ୍ଥ ଲିଭର ପାଇଁ ଭଲ କାର୍ଯ୍ୟକାରୀ କରିଥାଏ । ଯଦି ଆପଣ ଏଥିରେ ଡାର୍କ ଚକୋଲେଟ୍ ମିଶାଇ ଖାଉଛନ୍ତି ତେବେ ଏହା ସୁସ୍ଥ ଉପହାର ସଦୃଶ ହୋଇଥାଏ ।

    ଏହା ବ୍ୟତୀତ ଏହି ତିନୋଟି ଜିନିଷ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟର ପାୱାରହାଉସ୍ ଭଳି ହୋଇଥାଏ । ଯେମିତିକି ସେଓକୁ ଗୁଣ୍ଡ କରି ମହୁ ସହିତ ମିଶାଇ ଖାଆନ୍ତୁ । ଏଥିରେ କିଛି ଡାଲଚିନି ମିଶାନ୍ତୁ । ଯାହା ସୁସ୍ଥ ଲିଭର ଗଠନ କରିବାରେ ସହାୟକ ହୋଇଥାଏ । ଏତିକି ନୁହେଁ ବରଂ ଦହି ମଧ୍ୟ ଲିଭର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥିବାରୁ ସକାଳ ଜଳଖିଆରେ ନିହାତି ଖାଇବା ଆବଶ୍ୟକ । ଯାହା ଖାଇବା ଦ୍ୱାରା ଲିଭର ସମସ୍ୟାଠାରୁ ମୁକ୍ତି ଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    3.6kmh
    100 %
    Thu
    24 °
    Fri
    29 °
    Sat
    29 °
    Sun
    25 °
    Mon
    24 °

    ସମ୍ବନ୍ଧିତ