Monday, March 30, 2026
33.2 C
Odisha

    ଅଗ୍ନିବୀରଙ୍କ ପାଇଁ ଘୋଷଣା; ଚୁକ୍ତି ପୂରଣ ପରେ କେନ୍ଦ୍ରୀୟ ସୁରକ୍ଷା ପୋଲିସ ବଳରେ ମିଳିବ ଚାକିରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା। ଏବେ କେନ୍ଦ୍ରୀୟ ସୁରକ୍ଷା ପୋଲିସ ବଳରେ ମଧ୍ୟ ଅଗ୍ନିବୀରଙ୍କୁ ମିଳିବ ଚାକିରି। ଏଥିପାଇଁ ୧୦ ପ୍ରତିଶତ ସ୍ଥାନ ଅଗ୍ନିବୀରଙ୍କ ପାଇଁ ସଂରକ୍ଷିତ ରଖାଯିବ। ସେନାରେ ୪ବର୍ଷ ପୂରଣ ପରେ କେନ୍ଦ୍ରୀୟ ସୁରକ୍ଷା ପୋଲିସ ବଳରେ ଚାକିରି ପାଇପାରିବେ ଅଗ୍ନିବୀର। ଏଥିସହ ତାଙ୍କୁ ଫିଜିକାଲ୍ ଟେଷ୍ଟରେ ମଧ୍ୟ ସୁବିଧା ମିଳିବ ବୋଲି ଗୃହ ମନ୍ତ୍ରାଳୟ ତରଫରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପୂର୍ବ ଅଗ୍ନିବୀରଙ୍କୁ ସିଆଇଏସଏଫ, ବିଏସଏଫରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏହା ବ୍ୟତୀତ ସେମାନଙ୍କୁ ଫିଜିକାଲ ଟେଷ୍ଟ ମଧ୍ୟ ଦେବାକୁ ପଡିବନି। ବିଏସଏଫ ଡିଜି ନିତିନ ଅଗ୍ରୱାଲ ଏବଂ ସିଆଇଏସଏଫ ଡିଜି ମୀନା ସିଂ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୨୦୨୨ ଜୁନ ୧୮ରେ ଗୃହ ମନ୍ତ୍ରାଳୟ ନୋଟିଫିକେସନ ଜାରି କରି ସିଏପିଏଫ ଏବଂ ଆସାମ ରାଇଫଲ ଭର୍ତି ପାଇଁ ପୂର୍ବ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତି ନେଇଥିଲେ। ସିଏପିଏଫ ଅଧିନରେ ବିଏସଏଫ, ସିଆରପିଏଫ, ଆଇଟିବିପି, ଏସଏସବି ଏବଂ ସିଆଇଆସଏଫ ଅନ୍ତର୍ଭୁକ୍ତ। ୨୦୨୨ରେ ଅଗ୍ନିବୀର ସ୍କିମ ଆଣିଥିଲେ କେନ୍ଦ୍ର ସରକାର। ଏହା ଅଧିନରେ ଆର୍ମି, ନାଭାଲ ଏବଂ ଏୟାରଫୋର୍ସରେ ୪ବର୍ଷ ପାଇଁ ଯୁବବର୍ଗଙ୍କୁ ଚୁକ୍ତିଭିତିକ ନିଯୁକ୍ତି ଦିଆଯାଉଛି। ୪ବର୍ଷ ପରେ ଯବାନଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ମେରିଟ ଅଧାରରେ ୨୫ପ୍ରତିଶତ ଯବାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ସହ ଅନ୍ୟମାନଙ୍କୁ ଅବ୍ୟାହତ କରିବାର ବ୍ୟବସ୍ଥା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ