Wednesday, March 11, 2026
22.7 C
Odisha

    Airtel ଏବଂ Jio ର ଅନଲିମିଟେଡ୍ 5G ପ୍ଲାନ୍, ୬୫୦ ଟଙ୍କାରୁ କମରେ ମିଳିବ ଅନେକ ବେନିଫିଟ୍ସ

    ଆଗକୁ ପଢନ୍ତୁ

    ଆଜିକାଲି ଟେଲିକମ୍ କମ୍ପାନୀଗୁଡିକ ମଧ୍ୟରେ ଟକ୍କର ଚାଲିଛି। ଗ୍ରାହକଙ୍କୁ ଖୁସି କରିବା ପାଇଁ କମ୍ପାନୀଗୁଡିକ ନୂଆ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ରିଲାଏନ୍ସ Jio ୬୦୧ ଟଙ୍କା ପ୍ଲାନ୍ ଲଞ୍ଚ କରିଛି, ଯେଉଁଥିରେ ୟୁଜର୍ସମାନଙ୍କୁ 5G ସ୍ପିଡ୍ ପାଇବେ। ସେହିଭଳି Airtel ୬୪୯ ଟଙ୍କା ପାଇଁ 5G ସର୍ଭିସ୍ ମଧ୍ୟ ପ୍ରଦାନ କରୁଛି। ଆପଣଙ୍କୁ କହିବୁ ଯେ ଏହି ଦୁଇଟି କମ୍ପାନୀ ମଧ୍ୟରୁ କେଉଁଟା ଭଲ ଅପ୍ସନ ହେବ।

    Jio ପ୍ଲାନ୍ :Jio ର ପ୍ଲାନରେ 5G ସର୍ଭିସ୍ ପାଇବାକୁ ହେଲେ, ଗ୍ରାହକଙ୍କ ଫୋନରେ ପ୍ରଥମେ ଅତି କମରେ ୧.୫ GB 4G ଡାଟା ଥିବା ଏକ ପ୍ଲାନ୍ ଆକ୍ଟିଭ୍ ରହିବା ଆବଶ୍ୟକ। ଏହା ପରେ, ୬୦୧ ଟଙ୍କା ରିଚାର୍ଜରେ ଆପଣ ୧୨ ଟି ଅପଗ୍ରେଡ୍ ଭାଉଚର ପାଇବେ। ପ୍ରତି ମାସରେ My Jio app ଆପ୍ ମାଧ୍ୟମରେ ରିଡିମ୍ କରାଯାଇପାରିବ। ଗୋଟିଏ ଥର ଆକ୍ଟିଭ୍ ହୋଇଗଲେ ୟୁଜର୍ସମାନେ ଅନଲିମିଟେଡ୍ 5G ଡାଟା ପାଇବେ ଏବଂ ସେମାନଙ୍କର ୧.୫ GB 4G ଡାଟା ଦିନକୁ ୩GB କୁ ବଢ଼ିବ।ଏହା ମନେ ରଖିବା ଉଚିତ୍ ଯେ ୬୦୧ ଟଙ୍କାରେ ମଳିଥିବା ଗିଫ୍ଟ ଭାଉଚରର ଭ୍ୟାଲିଡିଟି ପୂର୍ବରୁ ଆକ୍ଟିଭ୍ ପ୍ଲାନ୍ ସହିତ ସମାନ ହେବ। ଯଦି ଆକ୍ଟିଭ୍ ପ୍ଲାନରେ ଭ୍ୟାଲିଡିଟି ୨୮ ଦିନ ହୁଏ ତେବେ ଭାଉଚରର ଭ୍ୟାଲିଡିଟି ମଧ୍ୟ ୨୮ ଦିନ ହେବ।

    Airtel ର ୬୪୯ ପ୍ଲାନ୍ :Airtel ୬୪୯ ଟଙ୍କାରେ ୫୬ ଦିନ ପାଇଁ ପ୍ରତିଦିନ 9GB ଡାଟା ଦେଉଛି। ଯଦି ଜଣେ ୟୁଜର୍ସ 5G ନେଟୱାର୍କରେ ଅଛନ୍ତି ତେବେ ସେ ଅନଲିମିଟେଡ୍ 5G ଡାଟାର ଲାଭ ପାଇପାରିବେ। ଏହି ପ୍ଲାନରେ କମ୍ପାନୀ ଅନଲିମିଟେଡ୍ ଭଏସ୍ କଲିଂ ଏବଂ ଫ୍ରି SMS ର ସୁବିଧା ମଧ୍ୟ ଦିଆଯାଉଛି। ଏହି ପ୍ଲାନ୍ ଗ୍ରହଣ କରୁଥିବା ୟୁଜର୍ସମାନେ ମଧ୍ୟ Airtel Extreme app ରେ ଫ୍ରି କଣ୍ଟେଣ୍ଟ ଦେଖିପାରିବେ ଏବଂ ଏକ ମାସ ପାଇଁ ଫ୍ରି HelloTunes ର ଲାଭ ମଧ୍ୟ ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    69 %
    2.1kmh
    0 %
    Tue
    23 °
    Wed
    37 °
    Thu
    37 °
    Fri
    39 °
    Sat
    40 °

    ସମ୍ବନ୍ଧିତ