Monday, May 4, 2026
26.7 C
Odisha

    ଅଜିତ ପାଓ୍ବାରଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ୪ ଶୀର୍ଷ ନେତା

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି)ର ୪ ଜଣ ଶୀର୍ଷ ନେତା ବୁଧବାର ଦଳ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଦଳର ପିମ୍ପ୍ରି-ଚିଞ୍ଚଓ୍ବାଡ ୟୁନିଟ୍‌ ସଭାପତି ଅଜିତ ଗବହାନେ ଅଛନ୍ତି। ତାଙ୍କ ସମେତ ୪ ନେତା ଏନ୍‌ସିପି ସଭାପତି ସୁନୀଲ ଟାଟ୍‌କାରେଙ୍କୁ ଇସ୍ତଫାପତ୍ର ଦେଇଛନ୍ତି। ସେମାନେ ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ଯୋଗଦେବେ ବୋଲି ଗବହାନେ କହିଛନ୍ତି। ଦଳ ଛାଡ଼ିଥିବା ଅନ୍ୟ ନେତାମାନେ ହେଲେ ପିମ୍ପ୍ରି-ଚିଞ୍ଚଓ୍ବାଡ ଛାତ୍ର ସଂଗଠନ ମୁଖ୍ୟ ୟାଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋସଲେ ଏବଂ ପଙ୍କଜ ଭାଲେକର। ଦଳର ପୂର୍ବତନ ସଦସ୍ୟମାନେ ଫେରିବାକୁ ଚାହଁିଲେ, ସେମାନଙ୍କୁ ସ୍ବାଗତ କରାଯିବ ବୋଲି ଶରଦ ପାଓ୍ବାର ପୂର୍ବରୁ ସୂଚନା ଦେଇଥିଲେ। ତେବେ ଯେଉଁମାନେ ଦଳକୁ ଦୁର୍ବଳ କରିବାକୁ ଚାହିଁଥିଲେ, ସେମାନଙ୍କୁ ନିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ। ଲୋକ ସଭା ନିର୍ବାଚନରେ ଅଜିତ ପାଓ୍ବାରଙ୍କ ଦଳର ଶୋଚନୀୟ ପ୍ରଦର୍ଶନ ପରେ ଦଳରେ ଚାପ ବଢ଼ୁଛି। ଏହି ଦଳ ଗୋଟିଏ ଲୋକ ସଭା ଆସନ ଜିତିବାକୁ ସକ୍ଷମ ହୋଇଥିବାବେଳେ ଶରଦଙ୍କ ଦଳ ୮ଟି ଆସନରେ ବିଜୟୀ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    60 %
    3kmh
    100 %
    Mon
    27 °
    Tue
    37 °
    Wed
    38 °
    Thu
    39 °
    Fri
    41 °

    ସମ୍ବନ୍ଧିତ