Sunday, November 1, 2026
25.6 C
Odisha

    ଜାନୁଆରୀ ୨୫ରୁ ଫେବୃଆରୀ ୨୮ ଜନଗଣନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆସନ୍ତାବର୍ଷ (୨୦୨୭) ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦେଶରେ ଜନଗଣନା କରାଯିବ। ଏ ସମ୍ପର୍କରେ ଶୁକ୍ରବାର ଜନଗଣନା କମିସନରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଲଦାଖ, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀରକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ଜନଗଣନା କରାଯିବ। ଜନଗଣନା ପାଇଁ ସନ୍ଦର୍ଭ ତାରିଖ (ରେଫରେନ୍ସ ଡେଟ୍‌) ୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨:୦୦ ହେବ। ଜନଗଣନା କାର୍ଯ୍ୟ ସମ୍ପାଦନ ପାଇଁ ଭାରତର ରେଜିଷ୍ଟ୍ରାର ଜେନେରାଲ (ଆରଜିଆଇ) ତଥା ଜନଗଣନା କମିସନର ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜନଗଣନାର ‘ସଂଶୋଧନ ପର୍ଯ୍ୟାୟ’ ମାର୍ଚ୍ଚ ୧ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଘରକୁ ଘର ଯାଇ ଜନଗଣନା ଆରମ୍ଭ ହେବା ପୂର୍ବରୁ ଜାନୁଆରୀ ୧୦ରୁ ଜାନୁଆରୀ ୨୪ ପର୍ଯ୍ୟନ୍ତ ନିଜେ ତଥ୍ୟ ଦାଖଲ କରିବା (ସେଲ୍‌ଫ-ଏନୁମେରେସନ)ପାଇଁ ଏକ ବିକଳ୍ପ ରହିବ।
    ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ହେବାକୁ ଯାଉଥିବାରୁ ଏଠାରେ ଜନଗଣନା କାର୍ଯ୍ୟ ବନ୍ଦ ରଖାଯାଇଛି। ସେହିପରି ଅତ୍ୟଧିକ ତୁଷାରପାତ କାରଣରୁ ଜାମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ଏହି ସମୟରେ ଜନଗଣନା କରାଯାଇପାରିବ ନାହିଁ। ଲଦାଖରେ ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ବାଦ୍ ପଡିଥିବା ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପରବର୍ତ୍ତୀ ସମୟରେ ଜନଗଣନା କରାଯିବ। ଦେଶର ୮ମ ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯାଇଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା କରାଯିବ। ଅଷ୍ଟମ ଜନଗଣନା କାର୍ଯ୍ୟ ୨୦୨୧ରେ ହେବାକୁ ଥିଲା। ମାତ୍ର କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    89 %
    0.6kmh
    76 %
    Sun
    23 °
    Mon
    26 °
    Tue
    28 °
    Wed
    26 °
    Thu
    27 °

    ସମ୍ବନ୍ଧିତ