Sunday, April 5, 2026
24.6 C
Odisha

    ପିଏମ୍‌ ଜନମନ ଯୋଜନାର ସବୁ ଶ୍ରେୟ ରାଷ୍ଟ୍ରପତିଙ୍କୁ ଯିବ: ମୋଦୀ

    ଆଗକୁ ପଢନ୍ତୁ

    ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିହାରର ଜାମୁଇରେ ଏକ ରାଲିରେ କହିଛନ୍ତି,  ଦ୍ରୌପୁଦୀ ମୁର୍ମୁଙ୍କୁ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି କରିବା ବିଜେପିର ସୌଭାଗ୍ୟ ଥିଲା।  ମୋଦୀ ‘ପିଏମ୍‌ ଜନମନ ଯୋଜନା’ର ସବୁ ଶ୍ରେୟ ରାଷ୍ଟ୍ରପତି ମୁର୍ମୁଙ୍କୁ ଦେଇଛନ୍ତି। ମୋଦୀ କହିଛନ୍ତି, ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରିବା କେବଳ ବିଜେପି ନୁହେଁ ବରଂ ଏନ୍‌ଡିଏ ପାଇଁ ବହୁତ ବଡ଼ ସୌଭାଗ୍ୟ ଥିଲା।  ପିଏମ୍‌ ଜନମନ ଯୋଜନା ଅଧୀନରେ ଆରମ୍ଭ ହୋଇଥିବା ସବୁ କାମର ଶ୍ରେୟ ସେ ରାଷ୍ଟ୍ରପତି ମୁର୍ମୁଙ୍କୁ ଦେଇଛନ୍ତି। ଦ୍ରୌପଦୀ ମୁର୍ମୁ ଲଗାତାର ଭାବେ ଏହି ଯୋଜନା ଅଧୀନରେ ଅତି ପଛୁଆ ଆଦିବାସୀ ଜନସଂଖ୍ୟାଙ୍କ କଲ୍ୟାଣ ନେଇ ଆଲୋଚନା କରିଛନ୍ତି। ଏହି ଯୋଜନା ଅଧୀନରେ ଆଦିବାସୀ ପରିବାରଗୁଡ଼ିକ ପକ୍କା ଘର,  ଜଳ ଏବଂ ଉତ୍ତମ ସଡ଼କ ପାଇପାରିଛନ୍ତି।  ୨୪ ହଜାର କୋଟି ଟଙ୍କାର ପିଏମ୍‌ ଜନମନ ଯୋଜନା ଅତି ପଛୁଆ ଆଦିବାସୀ ପରିବାର ରହୁଥିବା ଗାଁ ଗୁଡ଼ିକରେ ବିକାଶ ସୁନିଶ୍ଚିତ କରିଛି।  ମୋଦୀ କହିଛନ୍ତି, ରାଷ୍ଟ୍ରପତି ମୁର୍ମୁ  ଲଗାତାର  ଅତି ପଛୁଆ ଆଦିବାସୀଙ୍କ ସମସ୍ୟା ସମାଧାନ ଦିଗରେ  ଆଗ୍ରହ ଦେଖାଇଛନ୍ତି ଏବଂ ଯୋଜନାର ସଫଳତା ପାଇଁ ଉତ୍ସାହିତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    59 %
    1.3kmh
    100 %
    Sun
    36 °
    Mon
    38 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ