Monday, September 28, 2026
30.3 C
Odisha

    ଚିକିତ୍ସା ଅବହେଳା ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ଡାକ୍ତର ଇଞ୍ଜେକ୍ସନ୍ ଦେଇ ରେଷ୍ଟ୍ ନେବାକୁ କହିଥିଲେ କିଛି ଚିକିତ୍ସା କରିନଥିଲେ । ମୋ ସନ୍ତାନକୁ ହରାଇବା ପଛରେ କେବଳ ଡାକ୍ତର ହିଁ ଦାୟୀ । ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ୍ ପାଇଁ ଜନ୍ମ ପୂର୍ବରୁ ଆଖି ବୁଜିଲା ଶିଶୁ । ବାପ ଆଖିରୁ ଧାର ଧାର ହୋଇ ବହି ଯାଉଛି ଲୁହ । ଏପଟେ ଜନ୍ମ କରିବା ପୂର୍ବରୁ ନିଜ ସନ୍ତାନକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ମା’ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଢେଙ୍କାନାଳ ହସ୍ପିଟାଲରୁ।

    ଅଭିଯୋଗ ମୁତାବକ, ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଖମାର ଗାଁର ସ୍ୱାଗତିକା ମାଟିଆଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଗୋଟିଏ ଇଂଜେକସନ ଦେଇଥିଲେ। ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଉ କୌଣସି ଚିକିତ୍ସା କରି ନଥିଲେ। ପ୍ରସୁତିଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ରୋଗୀ ଦେଖିବା ପାଇଁ ବାରମ୍ବାର ଡାକିଥିଲେ ମଧ୍ୟ ଡାକ୍ତର ରୋଗୀ ଦେଖିବା ବଦଳରେ ସେମାନଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରସୁତି ମହିଳାଙ୍କ ସମ୍ପର୍କୀୟ । ପରେ ବାଧ୍ୟ ହୋଇ ପ୍ରସୁତି ମହିଳାଙ୍କୁ ନେଇ ତାଙ୍କ ସ୍ୱାମୀ ଘରୋଇ ନର୍ସିଂହୋମ ରେ ଦେଖାଇବା ପରେ ଶିଶୁଟି ମରି ଯାଇଥିବା ଜାଣିବାକୁ ପାଇଥିଲେ। ଏହା ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କିପରି ବା ସହିବେ ଏତେ ବଡ଼ ଦୁଃଖ । କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ ଜଣାଇଛନ୍ତି ତାଙ୍କ ଦୁଃଖ ।

    ତେବେ ଦୀର୍ଘ ସମୟ ଧରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୁତି ବିଭାଗର ଡାକ୍ତର ମାନେ ଚିକିତ୍ସାରେ ଅବହେଳା କରିଥିବା ଓ ଭୁଲ ଇଂଜେକସନ ଦେଇଥିବାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରସୁତି ଓ ତାଙ୍କ ସ୍ୱାମୀ। ଏନେଇ ସିଡିଏମଓଙ୍କୁ ଭେଟି ଅଭିଯୋଗ କରିଛନ୍ତି ପ୍ରସୁତିଙ୍କ ସମ୍ପର୍କୀୟ। ଏ ସମ୍ପର୍କରେ ସିଡିଏମଓ କହିଛନ୍ତି ଘଟଣାରେ ତଦନ୍ତ କରାଯିବ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କରିଥିବା ପ୍ରମାଣିତ ହେଲେ ନିଆଯିବ କାର୍ଯାନୁଷ୍ଠାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ