Wednesday, September 30, 2026
22.7 C
Odisha

    ୮୦ ଟଙ୍କା ତଳକୁ ନାହିଁ ପରିବା କେଜି, ଲୋକେ ଖାଇବେ କ’ଣ ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆକାଶ ଛୁଆଁ ପରିବା ଦର । ୮୦ ଉପରେ ପ୍ରାୟତଃ ସବୁ ପରିବା । ଆଳୁ ପରେ କନ୍ଦାଉଛି ପିଆଜ । କେବଳ ପିଆଜ ନୁହେଁ କେଉଁ ପରିବାରେ ମଧ୍ୟ ହାତ ମାରିବାକୁ ଡର ଲାଗୁଛି । ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କଣ ଖାଇବେ ଓ କେମିତି ଚଳିବେ, ସେହି ଚିନ୍ତାରେ ପଡ଼ିଗଲେଣି। ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି।

    ଆଳୁ, ପିଆଜ, ପରିବା ସହ ତେଲ, ଡାଲି ଦର ବି ହୁ ହୁ ବଢି ଚାଲିଛି । କଲବଲ କରୁଛି ବଜାର ଦର । ଅଧିକାଂଶ ପରିବା କିଲୋ ପିଛା ୨ ରୁ ୩ ଗୁଣି ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ଆଳୁ କିଲୋ ୩୫ ଟଙ୍କାରୁ କମୁନଥିବା ବେଳେ ପିଆଜ ୭୦ ଟଙ୍କା ଉପରେ ବିକ୍ରି ହେଉଛି । ସେହିଭଳି ବାଇଗଣ ଦୀର୍ଘ ଦିନ ଧରି ୮୦ ଟଙ୍କା ଉପରେ ରହିଛି । ଟମାଟୋ ମଧ୍ୟ ୫୦ ତଳକୁ ଖସୁନି। କାଙ୍କଡ଼ କେଜି ୧୦୦, ଭେଣ୍ଡି ୬୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପୋଟଳ ୮୦ଟଙ୍କା, କଲରା କେଜି ୮୫, ଝୁଡ଼ଙ୍ଗ ୯୦ ଏବଂ ବିନ୍ସ ୧୮୦ ଟଙ୍କାରେ ପହଞ୍ଚିଛି । ଶିମଲା ଲଙ୍କା ୧୯୦-୨୦୦ ଟଙ୍କା ଏବଂ ଗାଜର ୧୨୦ ଟଙ୍କା ରହିଛି ।

    ସେହିପରି ଖାଇବା ତେଲ ଦାମ୍‌ ଲିଟର ପିଛା ୧୨୫ ଟଙ୍କାରେ ପହଞ୍ଚିଲାଣି । ଏହି ତେଲ ୮ ଦିନ ତଳେ ୧୧୦ ଟଙ୍କା ଥିବାବେଳେ ଗୋଟିଏ ସପ୍ତାହ ଭିତରେ ବଢ଼ି ୧୨୫ ଟଙ୍କାରେ ବିକ୍ରି ହେଉଛି । ହରଡ଼ ଡାଲି କିଲୋ ୧୮୦ ଟଙ୍କାରେ ପହଞ୍ଚିଲାଣି । ଆଉ କେତେ ଦିନ ଭିତରେ ଏହା ୨ଶହ ଛୁଇଁବ ବୋଲି ବ୍ୟବସାୟୀ ମହଲରେ ଆକନଳ ହେଲାଣି ।

    ଅନ୍ୟପଟେ ବ୍ୟବସାୟୀମାନେ କହୁଛନ୍ତି ଯେ ରାଜ୍ୟରେ ଶୀତଦିନିଆ ଚାଷ ଭଲ ହେଲାନାହିଁ। ପରବର୍ତ୍ତୀ ସମୟରେ ବର୍ଷା ଦିନିଆ ଫସଲର ସ୍ଥିତି ମଧ୍ୟ ଏତେ ଭଲ ନାହିଁ। ତେଣୁ ରାଜ୍ୟ ଭିତରର ଉତ୍ପାଦିତ ପନିପରିବା ବଡ଼ ବଜାରକୁ ଆସିପାରିଲା ନାହିଁ। କେବଳ ଗ୍ରାମାଞ୍ଚଳ ମାର୍କେଟ୍‌ରେ ଅଳ୍ପ ପରିମାଣରେ ବିକ୍ରି ହେଲା। ସହରାଞ୍ଚଳ ଗୁଡ଼ିକରେ ପନିପରିବା ପାଇଁ ବିଶେଷକରି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଦର ନିୟନ୍ତ୍ରଣ ଭିତରେ ରହୁନାହିଁ। ସେଠିକାର ମାର୍କେଟ୍‌ରେ ଯାହା ଦରଦାମ୍‌ ରହୁଛି, ଏଠି ପରିବହନ ଓ ପରିବହନଜନିତ କ୍ଷୟକ୍ଷତି ମିଶିଲେ ଦର ଆକାଶଛୁଆଁ ହୋଇଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ