Wednesday, April 1, 2026
30.8 C
Odisha

    ପଞ୍ଚାମୃତରେ ନପୁଂସକତା ସୃଷ୍ଟି କରୁଥିବା ଔଷଧ ମିଶ୍ରଣ ଅଭିଯୋଗ: ତାମିଲ ନିର୍ଦ୍ଦେଶକ ଗିରଫ

    ଆଗକୁ ପଢନ୍ତୁ

    ଚେନ୍ନାଇ:ତିରୁପତି ବାଲାଜୀ ମନ୍ଦିରର ନୈବେଦ୍ୟରେ ପଶୁ ଚର୍ବିର ବ୍ୟବହାର ଖବରକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଦୁଇ ବଡ ଦକ୍ଷିଣ ଅଭିନେତା ପୱନ କଲ୍ୟାଣ ଏବଂ ପ୍ରକାଶ ରାଜଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି।  ଏବେ ତାମିଲନାଡୁର ଅନ୍ୟ ଏକ ମନ୍ଦିର ‘ପାଲାନି’‌ରେ ପ୍ରଦାନ କରାଯାଉଥିବା ପଞ୍ଚାମୃତ ବିଷୟରେ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୋହନ ଜି କାସ୍‌ତ୍ରିୟନ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହା ପରେ ତାଙ୍କୁ ଗିରଫ କରାଯାଇଛି।

    ଲୋକପ୍ରିୟ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୋହନ ଜି ଏକ ୟୁଟ୍ୟୁବ ଚ୍ୟାନେଲରେ ତିରୁପତି ବାଲାଜୀ ମନ୍ଦିରର ଲଡୁରେ ଚର୍ବି ପ୍ରସଙ୍ଗରେ ଆଲୋଚନା କରୁଥିଲେ। ଏହି ସମୟରେ ମୋହନ ଜି ଅଭିଯୋଗ କରିଥିଲେ ଯେ ‘ପାଲାନି’ ମନ୍ଦିରରେ ପୁରୁଷମାନଙ୍କଠାରେ ନପୁଂସକତା ସୃଷ୍ଟି କରୁଥିବା ଔଷଧ ପଞ୍ଚାମୃତରେ ମିଶ୍ରିତ ହୋଇଥାଏ।

    ଏକ ଚ୍ୟାନେଲରେ ତିରୁପତି ମନ୍ଦିର ପ୍ରସାଦ ବିଷୟରେ ସେ କହୁଥିଲେ। ତାମିଲନାଡୁର ଅନ୍ୟ ମନ୍ଦିରରେ ମଧ୍ୟ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି। ସେ ତାଙ୍କ ବିବୃତିରେ କହିଛନ୍ତି ଯେ ଥରେ ପଲାନି ମନ୍ଦିରର ପଞାମୃତରେ ପୁରୁଷମାନଙ୍କୁ ନପୁଂସକ କରୁଥିବା ଏକ ଔଷଧ ମିଶ୍ରିତ ହୋଇଥିଲା ଏବଂ ଏହି ଖବରକୁ ଲୁଚାଇ ରଖାଯାଇଥିଲା। ଏହାକୁ ବାହାରେ ପ୍ରକାଶ କରାଯାଇ ନ ଥିଲା।

    ତାମିଲନାଡୁର ହିନ୍ଦୁ ଧର୍ମ ଏବଂ ଧର୍ମାର୍ଥ ବ୍ୟବସ୍ଥାର ମନ୍ତ୍ରୀ ଶେଖର ବାବୁ ମୋହନ ଏହି ବିବୃତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଭିଯୋଗକୁ ମିଥ୍ୟା ବୋଲି କହି ସେ ଚେତାବନୀ ଦେଇଛନ୍ତି ଯେ ଏପରି ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ। ସେ ମୋହନ ଜିଙ୍କ ବକ୍ତବ୍ୟକୁ ମନ୍ଦିରର ଭାବମୂର୍ତ୍ତିକୁ ଖରାପ କରିବାର ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ସରକାର କୌଣସି ଭୁଲ ତଥ୍ୟକୁ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି।

    ଏହି ବିବାଦୀୟ ବିବୃତି ପରେ ତ୍ରିଚି ପୋଲିସର ସାଇବର କ୍ରାଇମ ସେଲ ମଙ୍ଗଳବାର ମୋହନ ଜିଙ୍କୁ ଗିରଫ କରିଛି। ସେ ଧାର୍ମିକ ଭାବନାକୁ ଆଘାତ ଦେଇ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା। ତେବେ ବିଜେପି ନେତା ଅଶ୍ୱଥାମନ୍ ମୋହନ ଜିଙ୍କ ଗିରଫଦାରୀକୁ ଅଣସାମ୍ବିଧାନିକ ବୋଲି କହିଛନ୍ତି ଏବଂ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମୋହନ ଜିଙ୍କ ପରିବାରକୁ ତାଙ୍କ ଗିରଫଦାରୀ ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ ଏବଂ ଏହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୁଦ୍ଧ ଅଟେ।

    ସୂଚନାଯୋଗ୍ୟ, ମୋହନ ଜି ‘ଦ୍ରୌପଦୀ’, ‘ରୁଦ୍ରତାଣ୍ଡବମ୍’ ଏବଂ ‘ବଗାସୁରାନ୍’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ