Thursday, April 2, 2026
25.4 C
Odisha

    ପ୍ରତିଦିନ ପିଅନ୍ତୁ ଆଲୋଭେରା ଜୁସ୍, ମିଳିବ ଅନେକ ଫାଇଦା

    ଆଗକୁ ପଢନ୍ତୁ

    ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି।
    ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ଆଲୋଭେରା ଜୁସ୍ ପିଇଲେ କ’ଣ ଫାଇଦା ମିଳେ ।
    ୧. ଓଜନ କମ୍ କରିଥାଏ: ଆଲୋଭେରାକୁ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ଆପଣ ସବୁ ମାସରେ ନିଜ ଓଜନ କମାଇ ପାରିବେ। ଏହା କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ।
    ୨. ଆଖି ପାଇଁ ଲାଭଦାୟକ: ଯଦି ଆପଣ ଟିଭି ଅଧିକ ଦେଖନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ତେବେ ଆପଣଙ୍କ ଆଖିରେ ଏହା ଖରାପ ପ୍ରଭାବ ପକାଇବ। ଆଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ।
    ୩. ସୁଗାରକୁ ନିୟନ୍ତ୍ରଣରେ ରଖେ: ଗବେଷଣାରୁ ଜଣାପଡ଼ିଛି, ଘିକୁଆଁରୀ ବା ଆଲୋଭେରାରେ ଥିବା ଇମୋଡିନ୍ ନାମକ ତତ୍ତ୍ୱ ଶରୀରରେ ଗ୍ଲୁକୋଜର ସ୍ତରକୁ କମ୍ କରିଥାଏ। ଏଥିସହ ଆଲୋଭେରା ଇନ୍ ସୁଲିନ ସ୍ତର ନିୟନ୍ତ୍ରଣ କରି ଡାଇବେଟିସ୍ କୁ କଣ୍ଟ୍ରୋଲ୍ କରିଥାଏ।
    ୪. ରକ୍ତ ଚାପ କମ୍ କରେ: ଆଲୋଭେରା ପ୍ରତିଦିନ ଖାଇଲେ ଆପଣଙ୍କ ରକ୍ତଚାପ କମ୍? ହୋଇପାରେ। ତେଣୁ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ଭଲ। କିନ୍ତୁ କମ୍ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ବିପଦ ଆଣିପାରେ।
    ୫. ଅଲସର ଭଲ କରେ: ଆଲୋଭେରାରେ ଥିବା ଆଣ୍ଟି ଇନ ଫ୍ଲାମେଟୋରି ତତ୍ତ୍ୱ ଓ ଭିଟାମିନ୍ ସି’ ଆମ ହଜମ କ୍ରିୟାକୁ ଭଲ ରଖିବା ସହ ପେଟର ଅଲସର ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ