Saturday, October 19, 2024
24.1 C
Odisha

    ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ: ପଞ୍ଚାୟତିରାଜ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଏନେଇ ଦୁଇ ଦିନ ଭିତରେ ଗାଇଡ ଲାଇନ ଆଣୁଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ତାଙ୍କ କହିବା ମୁତାବକ, ଏହି କାର୍ଯ୍ୟକ୍ରମରେ, ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ ଏବଂ ତା ସହିତ ପଞ୍ଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା । ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁ ଆଉ ପଞ୍ଚାୟତର ବିକାଶ ହେବ । ତେବେ ଅନୁସୂଚିତ ଜନଜାତି ଅଞ୍ଚଳରେ ପେଶା ଆଇନ ଲାଗୁ ହେବ, ଅନ୍ୟ ସବୁ ଅଞ୍ଚଳରେ ଗ୍ରାମସଭା ଏବଂ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ । ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡଲାଇନ ଆସୁଛି । ଆମ ଓଡ଼ିଶା ନବୀନ ଓଡ଼ିଶାରେ ପଞ୍ଚାୟତ ପ୍ରତିନିଧି ପ୍ରଥମ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ, କୋଭିଡ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳ ଆଖ୍ୟା ଦେଲେ, ହେଲେ ପରେ କ୍ଷମତା ହଟାଇ ଦେଲେ, କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ । ଆଉ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସଶକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1.6kmh
    99 %
    Sat
    24 °
    Sun
    28 °
    Mon
    30 °
    Tue
    29 °
    Wed
    29 °

    ସମ୍ବନ୍ଧିତ