Saturday, October 10, 2026
22.4 C
Odisha

    ମାସିକ ଧର୍ମ ବନ୍ଦ ହୋଇଯିବା ପରେ ଫିକା ପଡ଼ିଯାଏ ମହିଳାଙ୍କ ସୌନ୍ଦର୍ଯ୍ୟ

    ଆଗକୁ ପଢନ୍ତୁ

    ମାସିକ ଧର୍ମ ବନ୍ଦ ହୋଇଯିବା ପରେ ମହିଳାଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ। କେବଳ ଆଭ୍ୟନ୍ତରୀଣ ନୁହେଁ ମହିଳାଙ୍କ ଶରୀରରେ ବାହ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ। ଆଭ୍ୟନ୍ତରୀଣ ପରିବର୍ତ୍ତନରେ ପିରିୟଡ୍‌ ନ ହେବା, ପିରିୟଡ୍‌ରେ ଅନିୟମିତତା, କମ୍‌ ରକ୍ତସ୍ରାବ ସହ ଅଣ୍ଟା, ପେଟ, ଜଙ୍ଘ ବିନ୍ଧା ଭଳି ସମସ୍ୟା ଦେଖାଯାଉଥିବା ବେଳେ ଏହାର ପ୍ରଭାବ ତ୍ୱଚା ଉପରେ ମଧ୍ୟ ପଡ଼ିଥାଏ।

    ମେନୋପଜ୍‌ ବେଳେ ମହିଳାଙ୍କ ଶରୀରରେ ଇଷ୍ଟ୍ରୋଜେନ୍‌ ହରମୋନ୍‌ର ସ୍ତର କମ୍‌ ହୋଇଯାଏ। ଫଳରେ ତ୍ୱଚାର ଚମକ ମଧ୍ୟ କମେ। ପିରିୟଡ୍‌ ବନ୍ଦ ହେବା ପରେ ଇଷ୍ଟ୍ରୋଜେନ୍‌ର ସ୍ତର ଖସିଯାଏ। ଫଳରେ ତ୍ୱଚାରେ ଲୋଚାପଣ, ଖଦଡିଆ ଲାଗିବା ଓ ଦାଗ ଦାଗ ହେବା ଆଦି ସମସ୍ୟା ଦେଖାଯାଏ। କେବଳ ମୁହଁ ନୁହେଁ ହାତ, ଗୋଡ଼ର ଚର୍ମ ମଧ୍ୟ ଧୁଡ଼ଧୁଡ଼୍‍ ହୋଇଯାଏ। ତେବେ କେତେ ସହଜ ଉପାୟ ଅବଲମ୍ବନ କଲେ ମହିଳାମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ମେନୋପଜ୍‌ ପରେ ମହିଳାମାନେ କେମିତି ଚମକାଇବେ ତ୍ୱଚା…

    ତ୍ୱଚାର ଆର୍ଦ୍ରତା ବଜାୟ ରଖନ୍ତୁ:
    ତ୍ୱଚାରେ ଆର୍ଦ୍ରତା ବଜାୟ ରଖିବାକୁ ବା ତୈଳାକ୍ତ ରଖିବା ପାଇଁ ଦିନକୁ ଦୁଇଥର ମଶ୍ଚରାଇଜର ବ୍ୟବହାର କରନ୍ତୁ। ସକାଳେ ଗାଧୋଇସାରିବା ପରେ ଓ ରାତିରେ ଶୋଇବା ପୂର୍ବରୁ ମଶ୍ଚରାଇଜର ଲଗାଇବା ଦ୍ୱାରା ତ୍ୱଚାରେ ତୈଳାଂଶ ବଜାୟ ରହେ। ଏହା ଦ୍ୱାରା ତ୍ୱଚା ଶୁଷ୍କ ହୁଏନି କି ଫାଟିବା ଭଳି ସମସ୍ୟା ଦେଖାଯାଏ ନାହିଁ। କେବଳ ଏତିକି ନୁହେଁ ତ୍ୱଚା ଗ୍ଲୋ ମଧ୍ୟ କରିଥାଏ। ଆପଣ ଚାହିଁଲେ ଫଳରସ ମଧ୍ୟ ମୁହଁରେ ଲଗାଇପାରିବେ।

    ଆଣ୍ଟିଅକ୍ସିଡେଣ୍ଟଯୁକ୍ତ ଖାଦ୍ୟ ଖାଆନ୍ତୁ:
    ତ୍ୱଚାକୁ ସବୁବେଳ ପାଇଁ ଚମକାଇବାକୁ ଆଣ୍ଟିଅକ୍ସିଡେଣ୍ଟଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ଶରୀରରେ ଇଷ୍ଟ୍ରୋଜେନ୍‌ର ସ୍ତରକୁ ଖସିବାକୁ ଦିଏନାହିଁ। ଫଳରେ ପ୍ରାପ୍ତବୟସରେ ମଧ୍ୟ ତ୍ୱଚାରେ ଚମକ ରହିଥାଏ। ଖାଦ୍ୟରେ ପାଳଙ୍ଗ, ସପୁରୀ, ଡାର୍କ ଚକୋଲେଟ୍‌, ଟମାଟୋ, ମେଥି, କମଳା ଆଦି ସାମିଲ କରିବା ଦ୍ୱାରା ତ୍ୱଚାର ଚମକ ସବୁଦିନ ପାଇଁ ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ