Tuesday, October 22, 2024
29.1 C
Odisha

    କେନ୍ଦ୍ରଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ରାଉରକେଲାରେ ଆୟୋଜିତ ଜନସଭାରେ ଦିଆଯାଇଥିବା ଉଦବୋଧନର ମୁଖ୍ୟ ବିନ୍ଦୁ

    ଆଗକୁ ପଢନ୍ତୁ

    ରାଉରକେଲା, ଭୁବନେଶ୍ୱର, ତା.୧୭/୦୫: ମାନନୀୟ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅମିତ ଶାହା ଆଜି ଓଡ଼ିଶାର ରାଉରକେଲାଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ସେ ଏହି ଉଦବୋଧନରେ ଓଡିଶାର ବିଜେଡି ସରକାର ଉପରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ ନକରିବାକୁ ନେଇ ଟାର୍ଗେଟ କରିଥିଲେ । କାର୍ଯକ୍ରମରେ ମଂଚରେ ସୁନ୍ଦରଗଡର ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ, ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ରଘୁନାଥପଲ୍ଲୀ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ସହିତ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ ।
    କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଚାରୋଟି ପର୍ଯ୍ୟାୟରେ ଏନଡିଏ 270 ଟି ଆସନ ଅତିକ୍ରମ କରି 400 ଆଡ଼କୁ ଗତି କରୁଛି | ଏଥର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ସହିତ ଓଡିଶାରେ ମଧ୍ୟ ବିଜେପି ସରକାର ଗଠନ ହେବାକୁ ଯାଉଛି। ଏଥର ଓଡିଶାରେ ଡବଲ ପରିବର୍ତ୍ତନ ହେବାକୁ ଯାଉଛି, ଲୋକସଭାରେ 15 ରୁ ଅଧିକ ସାଂସଦ ଏବଂ ବିଧାନସଭାରେ 75 ରୁ ଅଧିକ ଆସନ ସହ ଓଡ଼ିଶା ଗେରୁଆମୟ ହେବାକୁ ଯାଉଛି ।
    ଏହି ନିର୍ବାଚନ ହେଉଛି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା, ଦେଶର ଅର୍ଥନୀତିକୁ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା, 3 ଲକ୍ଷ ଲକ୍ଷପତି ଦିଦି କରିବା କରିବା, 3 କୋଟି ଗରିବ ଲୋକଙ୍କୁ ଘର ଦେବା ଏବଂ ଓଡିଶାରେ ବିକାଶର ଯୁଗ ଆରମ୍ଭ କରିବା ପାଇଁ ନିର୍ବାଚନ |
    ଶ୍ରୀ ଶାହା କହିଛନ୍ତି ଯେ କଂଗ୍ରେସ ପାର୍ଟି ରାମ ମନ୍ଦିର ପ୍ରସଙ୍ଗକୁ 70 ବର୍ଷ ଧରି ଅଟକାଇ ରଖିଥିଲା । କିନ୍ତୁ ଦେଶର ଲୋକମାନେ ଦ୍ୱିତୀୟ ଥର ପାଇଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ଏବଂ 5 ବର୍ଷ ମଧ୍ୟରେ ଶ୍ରୀ ରାମ ଜନ୍ମଭୂମିରେ ଭୁମି ପୂଜନ ବେଲା ଓ ଭବ୍ୟ ରାମ ମନ୍ଦିର ମଧ୍ୟ ନିର୍ମାଣ ହୋଇ ଗଲା । ଯେତେବେଳେ ସାରା ଦେଶ ରାମ ଉତ୍ସବ ପାଳନ କରୁଥିଲା ସେତେବେଳେ ବିଜୁ ଜନତା ଦଳର ସରକାର ରାମ ଉତ୍ସବ ପାଳନ କରିବାକୁ ରୋକୁଥିଲା । ରାମ ଉତ୍ସବ ପାଳନ କରିବାରୁ ରୋକୁ ଥିବା ଦଳକୁ ଓଡିଶାର ଜନସାଧାରଣ ଭୋଟ ଦେବେ ନାହିଁ । କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କହନ୍ତି ଯେ ରାଜସ୍ଥାନ ଓ ଓଡିଶାର ଲୋକ ମାନଙ୍କର କାଶ୍ମୀର ସହ କଣ ଦେବା ନେବା ଅଛି । ଖଡଗେ ସାହେବ ଜାଣନ୍ତି ନାହିଁ, ରାଉରକେଲାର ପିଲା – ପିଲା ସମସ୍ତେ କାଶ୍ମୀର ପାଇଁ ନିଜର ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି ।
    ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 70 ବର୍ଷରୁ ଦେଶର ଘା’ ପାଲଟିଥିବା ଧାରା 370କୁ ହଟାଇ ଦେଶରୁ ଆତଙ୍କବାଦକୁ ସମାପ୍ତ କରିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବାର କାର୍ଯ୍ୟ କରିଛନ୍ତି । ଏହି ନିର୍ବାଚନ ଓଡ଼ିଆ ଭାଷା, ସଂସ୍କୃତି ଓ ଗୌରବକୁ ପୁନର୍ସ୍ଥାପିତ କରିବାର ନିର୍ବାଚନ ଅଟେ । ମାନନୀୟ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଝିଅଙ୍କୁ ଦେଶର ରାଷ୍ଟ୍ରପତି କରିଛନ୍ତି, ଯେତେବେଳେ କି କଂଗ୍ରେସ କେବେ ବି କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରିନାହିଁ ।
    କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ ଆୟୋଜିତ ଜି-20ରେ ସାରା ବିଶ୍ୱରୁ ଆସିଥିବା ନେତାଙ୍କ ପାଇଁ ସଜାଯାଇଥିବା ସ୍ୱାଗତ ସ୍ଥାନରେ ଓଡ଼ିଶାର କୋଣାର୍କର ସୂର୍ଯ୍ୟମନ୍ଦିରର ଚିତ୍ର ଲଗାଯାଇଥିଲା । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଫଟୋକୁ ଲଗାଇ ଓଡ଼ିଶାକୁ ପୂରା ବିଶ୍ୱରେ ପ୍ରସିଦ୍ଧ କରିବାର କାର୍ଯ୍ୟ କରିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ପାଇଁ ମୁଦ୍ରା ଓ ଡାକ ଟିକେଟ ବି ଜାରି କରିଛନ୍ତି । ବିଜେଡି ସରକାର ଓଡ଼ିଶାର ଗୌରବକୁ ପ୍ରତିଦିନ ଅପାମନ କରୁଛି । ବିଜେଡି ସରକାର ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଜଗନ୍ନାଥ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳ ବନାଇବା ନାମରେ ଏହାର ଅପମାନ କରୁଛି । ଓଡ଼ିଶାର ଲୋକେ ଓ ମହାପ୍ରଭୁଙ୍କ କୋଟି କୋଟି ଭକ୍ତ ଆଜି ରତ୍ନଭଣ୍ଡାର ଚାବି ରହସ୍ୟ ଜାଣିବାକୁ ଚାହୁଁଛନ୍ତି । ନବୀନ ବାବୁ କୁହନ୍ତୁ, ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଅଛି ଏବଂ ନକଲି ଚାବି କିଏ ବନାଇଛି ? ନକଲି ଚାବିରେ ରତ୍ନଭଣ୍ଡାର ଖୋଲାଯାଇଛି କି ନାହିଁ? ତଦନ୍ତ କମିଶନର ରିପୋର୍ଟ ନବୀନ ସରକାର କେବେ ସାର୍ବଜନୀନ କରିବେ? ବିଜେପି ସରକାର ଗଠନ ହେବାର ମାସକ ମଧ୍ୟରେ ରତ୍ନଭଣ୍ଡାରର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିଦିଆଯିବ ।
    ଶ୍ରୀ ଶାହ କହିଛନ୍ତି ଯେ, ଏହା 25 ବର୍ଷ ଓଡ଼ିଶାର ବିକାଶର ‘ଲାଷ୍ଟ ଇୟର’ ଅଟେ । ଏହି 25 ବର୍ଷ ଓଡ଼ିଶାକୁ 50 ବର୍ଷ ପଛକୁ ଠେଲିଦେଇଛି । ପଶ୍ଚିମ ଅଂଚଳ ସହିତ ଓଡ଼ିଶା ସରକାର ବୈମାତୃକ ବ୍ୟବହାର କରିଛନ୍ତି । ଆଜି ବି ରାଜ୍ୟର 27ଲକ୍ଷ ପରିବାର ନିକଟରେ ପକ୍କା ଘର ନାହିଁ, 26 ଲକ୍ଷ ଲୋକଙ୍କ ଘରେ ନଳ ଯୋଗେ ଜଳ ନାହିଁ, 6412 ଗାଁକୁ ପକ୍କା ରାସ୍ତା ନାହିଁ, ଓଡ଼ିଶାର ଚାଷୀଙ୍କ ଆୟ ଦେଶରେ ସବୁଠୁ କମ୍ ଅଟେ । ଓଡ଼ିଶାର ଲୋକେ ବିଜେପିର ସରକାର ଗଠନ କଲେ ଏହି ପରିବାରକୁ ପକ୍କା ଘର ମିଳିବ, ନଳ ଯୋଗେ ଜଳ ମିଳିବ, ପକ୍କା ସଡକ ନିର୍ମାଣ ହେବ ଏବଂ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ ସରକାର କିଣିବେ । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ଗରିବଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ପାଇଁ 5ଲକ୍ଷ ଯାଏ ସ୍ୱାସ୍ଥ୍ୟ ବୀମା ଦେଉଛନ୍ତି । ଓଡ଼ିଶାର ଲୋକେ ବିଜେପିର ସରକାର ଗଠନ କଲେ 3ମାସରେ ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ଖର୍ଚ୍ଚ ଦେବାର କାମ ବିଜେପି ସରକାର କରିବ । ଓଡ଼ିଶାରେ ନବୀନ ବାବୁଙ୍କ ସରକାର ବ୍ୟାଗ ସରକାର ଅଟେ, କାରଣ ଯେତେବେଳେ ଆଦରଣୀୟ ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ 5 କିଲୋ ଶସ୍ୟ ଦେଉଛନ୍ତି ନବୀନ ବାବୁ ଏହାକୁ ନିଜର ବ୍ୟାଗରେ ଦେଇ ଗରିବଙ୍କୁ ଦେଉଛନ୍ତି । ନବୀନ ବାବୁ ବ୍ୟାଗକୁ ଖିଆଯାଏନି, ଶସ୍ୟ ତ ଶ୍ରୀ ନରେନ୍ଦ୍ର ମୋଦି ଦେଉଛନ୍ତି । ଯଦି ସାମାନ୍ୟ ଲଜ୍ଜା ଅଛି ତେବେ ବ୍ୟାଗ ବଦଳରେ 2 କିଲୋ ଚାଉଳ ଦିଅନ୍ତୁ, ଗରିବଙ୍କର ମଙ୍ଗଳ ହେବ ।
    କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରୁ ଅନେକ ଲୋକେ ରୋଜଗାର ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଏବଂ ଏଥିପାଇଁ ଶ୍ରୀ ନରେନ୍ଦ୍ର ମୋଦି ୱାନ ନେସନ, ୱାନ ରାସନ କାର୍ଡ ଯୋଜନା ଆଣିଛନ୍ତି , ଯାହାଦ୍ୱାରା ରାଜ୍ୟରୁ ସ୍ଥାନାନ୍ତର ହୋଇ କାମ କରିବାକୁ ଯାଉଥିବା ଗରିବ ଯୁବକ କେଉଁଠାରୁ ବି ମାଗଣା ରାସନ ନେଇପାରିବ ଏବଂ ସେମାନଙ୍କର ମାଆ ବାପାଙ୍କୁ ବି ଓଡ଼ିଶାରେ ରାସନ ମିଳିପାରିବ । ନବୀନ ବାବୁ ଏହି ଯୋଜନା ଲାଗୁ କରିବାକୁ ଦେଉନାହାନ୍ତି ଏବଂ ମଝିରେ ଅଧିକାରୀ ସେହି ରାସନକୁ ଗାଏବ କରିଦେଉଛନ୍ତି । ବୀରମିତ୍ରପୁରରେ ଲାଇମ ଷ୍ଟୋନର ଖଣିକୁ ବନ୍ଦ କରିଦିଆଯାଇଥିଲା, ଯାହାକୁ 2014ରେ ବିଜେପି କାର୍ଯ୍ୟକ୍ଷମ କଲା, ରଘୁନାଥପାଲ୍ଲୀରେ ବିଶାଳ ଫର୍ଟିଲାଇଜର ପ୍ଲାଣ୍ଟ ଥିଲା, ଯାହାକୁ 25 କୋଟି ଟଙ୍କାରେ ବିକ୍ରି କରାଗଲା ।
    ଓଡିଶାରେ ମେଡିକାଲ କଲେଜର ଦାବି କ୍ରମରେ ୨୦୧୩ରେ ନବୀନ ବାବୁ ଶିଳାନ୍ୟାସ ତ କଲେ କିନ୍ତୁ କେବେ ହେଲେ ଚାଲୁ କଲେ ନାହିଁ । ନରେନ୍ଦ୍ର ମୋଦୀଙ୍କ ସରକାର ତାକୁ ଚାଲୁ କରିବାକୁ ଯାଉଛନ୍ତି । କୋୟଲ ନଦୀରେ ଆଜି ପର୍ଯ୍ୟନ୍ତ ବ୍ୟାରେଜ୍ ନିର୍ମାଣ କଲେ ନାହିଁ କାରଣ ନବୀନ ବାବୁଙ୍କ ଶାସନରେ ଜନ ପ୍ରତିନିଧି ନୁହେଁ ବରଂ ଅଫିସର ରାଜ୍ୟ ଚଳାନ୍ତି । ଏଥିପାଇଁ ଆଦିବାସୀଙ୍କ ଜମି ଛଡାଇ ନିଆଯାଏ ।
    ଶ୍ରୀ ଶାହ କହିଛନ୍ତି ଯେ ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ ଆଦିବାସୀଙ୍କ ସମ୍ମାନ କରିଛନ୍ତି । ୨୦୦ କୋଟି ଖର୍ଚ୍ଚରେ ଟ୍ରାଇବାଲ ମ୍ୟୁଜିୟମ୍ ନିର୍ମାଣ କରାଯାଉଛି, ୧୫ ନଭେମ୍ବରକୁ ଭଗବାନ ବିର୍ସା ମୁଣ୍ଡାଜୀ ଙ୍କ ଜୟନ୍ତୀକୁ ଆଦିବାସୀ ଗୌରବ ଦିବସ ରୂପରେ ପାଳନ କରିବାକୁ ନିର୍ଣ୍ଣୟ ନିଆଯାଇଛି ଓ ଆଦିବାସୀ କଲ୍ୟାଣର ବଜେଟ ଯାହା ପୂର୍ବରୁ ୨୪ ହଜାର କୋଟି ଟଙ୍କାର ଥିଲା ତାହାକୁ ୧ ଲକ୍ଷ ୨୪ ହଜାର କୋଟି ଟଙ୍କା କରାଯାଇଛି । ସିକିଲ ସେଲ୍ ଶେଷ କରିବାପାଇଁ ମିଶନ ଆରମ୍ଭ କରାଗଲା ଏବଂ ୭୪୦ ଏକଲବ୍ୟ ସ୍କୁଲ ନିର୍ମାଣ କରିବାର କାମ ମଧ୍ୟ ଶ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଭାଜପା ସାଂସଦ ସୁନ୍ଦରଗଡର ବିକାଶ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୪ କିଲୋମିଟରର ବୀରମିତ୍ରପୁର ବ୍ରାହ୍ମଣୀ ବାଇପାସ୍ କରିଛନ୍ତି , ୫୫୦ କୋଟି ଟଙ୍କା ବ୍ୟୟରେ ୪୭ କିଲୋମିଟରର ଜାତୀୟ ରାଜମାର୍ଗ ୧୪୩ କରିଛନ୍ତି ,୨୨୦୦ କୋଟି ଟଙ୍କା ବ୍ୟୟରେ ୩୧୦ କିଲୋମିଟରର ରେଳ ଲାଇନ୍ ର ବିକାଶ କରିଛନ୍ତି , ରାଉରକେଲାରେ ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ କରିଛନ୍ତି ଏବଂ ଝାରସୁଗୁଡାରେ ମଲ୍ଟିମଡେଲ ଲଜିଷ୍ଟିକ୍ ପାର୍କ ନିର୍ମାଣ କାମ କରାଯାଇଛି । ନବୀନ ବାବୁ ଓଡିଶାର ଭଲ କରିପାରିବେ ନାହିଁ , ଯଦି ଓଡିଶାର ବିକାଶ କରିବାର ଅଛି ତେବେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ୍ ର ସରକାର ଆଣିବାକୁ ହେବ । ଶ୍ରୀ ଅମିତ ଶାହ ସୁନ୍ଦରଗଡର ଜନତାଙ୍କୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ବିଜୟୀ କରି ଦେଶ ଓ ରାଜ୍ୟରେ ଭାଜପା ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ