Monday, October 19, 2026
23.2 C
Odisha

    ୨୦୨୬ ସୁଦ୍ଧା ଲୋପ ପାଇବ ନକ୍ସଲବାଦ୍‌: ଅମିତ୍‌ ଶାହା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନକ୍ସଲବାଦ୍‌କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି କି ୨୦୨୬ ମସିହା ସୁଦ୍ଧା ନକ୍ସଲବାଦ୍‌ ପୂରାପୂରି ଭାବେ ଲୋପ ପାଇଯିବ। ଏହା ସହିତ ଶାହା ମାଓବାଦୀମାନଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଏବଂ ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି।

    ନକ୍ସଲ ହିଂସାର ଶିକାର ହୋଇଥିବା ୫୫ ଜଣ ପୀଡିତଙ୍କୁ ସମ୍ବୋଧନ କରି ଶାହା କହିଛନ୍ତି ଯେ ଆମେ ଆମ ଦେଶରୁ ନକ୍ସଲବାଦକୁ ଉଚ୍ଛେଦ କରିବୁ ଏବଂ ଶାନ୍ତି ପ୍ରତିଷ୍ଠା କରିବୁ। ବସ୍ତରର ୪ଟି ଜିଲ୍ଲାକୁ ଛାଡ଼ିଦେଲେ ନରେନ୍ଦ୍ର ମୋଦୀ ସରକାର ସମଗ୍ର ଦେଶରେ ନକ୍ସଲବାଦକୁ ସମାପ୍ତ କରିବାରେ ସଫଳ ହେଉଛନ୍ତି। ୩୧.୦୩.୨୦୧୬ ସୁଦ୍ଧା ଦେଶରୁ ନକ୍ସଲବାଦ ଶେଷ ହେବ। ମୁଁ କଥା ଦେଉଛି ଯେ ନକ୍ସଲବାଦ୍‌ ତାହା ପୂର୍ବରୁ ଶେଷ ହେବ।

    ଗାନ୍ଧିନଗରର ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ୟା ଏବେ କେବଳ ଛତିଶଗଡର ଚାରିଟି ଜିଲ୍ଲା ମଧ୍ୟରେ ସୀମିତ ରହିଥିବାରୁ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସୁରକ୍ଷା ବାହିନୀ ବହୁ ସଫଳତା ହାସଲ କରିଛି।

    ଶାହା କହିଛନ୍ତି ଯେ ମାଓବାଦୀମାନେ ଥରେ ପାଶୁପତିନାଥ (ନେପାଳ) ରୁ ତିରୁପତି (ଆନ୍ଧ୍ରପ୍ରଦେଶ) ପର୍ଯ୍ୟନ୍ତ ଏକ କରିଡର ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ କିନ୍ତୁ ଏହାକୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କରିବାକୁ ଦେଲେନି।

    କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖୁବ ଶୀଘ୍ର ଛତିଶଗଡର ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ ବୋଲି ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିଛନ୍ତି ବୋଲି ଶାହା କହିଛନ୍ତି।

    ଚାକିରୀ, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମର କଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଆମେ ଯେକୌଣସି ଉପାୟରେ ଆପଣଙ୍କୁ ସାହାଯ୍ୟ କରିବୁ ବୋଲି ଶାହା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ