Saturday, November 7, 2026
26 C
Odisha

    ଏୟାରଟେଲର ବଡ଼ ଘୋଷଣା, ପୁଣି ଫେରିଲା ଗ୍ରାହକଙ୍କ ପସନ୍ଦର ଶସ୍ତା ପ୍ଲାନ୍

    ଆଗକୁ ପଢନ୍ତୁ

    ଏୟାରଟେଲ୍ ଗ୍ରାହକଙ୍କ ପାଇଁ ବଡ଼ ଖବର । ପୁଣିଥରେ ଫେରିଲା କମ୍ପାନୀର ଶସ୍ତା ରିଚାର୍ଜ ପ୍ଲାନ୍ । ୨୮ ଦିନର ବୈଧତା ସହ ମାତ୍ର ୨୯୯ ଟଙ୍କାରେ ମିଳିବ ଅନଲିମିଟେଡ୍ କଲିଂ ଓ ଡାଟା ସୁବିଧା । କିଛି ମାସ ପୂର୍ବରୁ ଏହି ପ୍ଲାନ୍‌କୁ ନିଜ ୱେବସାଇଟ୍ ଏବଂ Airtel Thanks ଆପ୍‌ରୁ ହଟାଇ ଦେଇଥିଲା କମ୍ପାନୀ । ଏବେ ପୁଣିଥରେ ଏହାକୁ ଲିଷ୍ଟ କରାଯାଇଛି । ତେବେ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ କ’ଣ ସବୁ ଫାଇଦା ମିଳିବ, ଆସନ୍ତୁ ଜାଣିବା ।

    ୨୯୯ ଟଙ୍କାରେ କ‘ଣ ମିଳିବ?

    ଏୟାରଟେଲ‌ର ୨୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍‌ରେ ରହିଛି ଅନେକ ସୁବିଧା। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ମିଳିବ ୨୮ ଦିନର ବୈଧତା। ଏଥିସହ ସାରା ଭାରତରେ ଅନଲିମିଟେଡ୍ ଭଏସ୍ କଲିଂ ଏବଂ ମାଗଣା ନ୍ୟାସନାଲ୍ ରୋମିଂ ସୁବିଧା ରହିଛି। କେବଳ ସେତିକି ନୁହେଁ, ଦୈନିକ ୧ ଜିବି ଡାଟା ସହ ପ୍ରତିଦିନ ୧୦୦ଟି ମାଗଣା SMS ମଧ୍ୟ ମିଳିବ। ଅର୍ଥାତ୍ ଅଧିକ ଡାଟାର ଆବଶ୍ୟକତା ନଥିବା ଗ୍ରାହକଙ୍କ ପାଇଁ ଏହି ପ୍ଲାନ୍ ଏକ ବିକଳ୍ପ ହୋଇପାରେ।

    ୧୮୫, ୨୦୩ ଓ ୨୦୬ ଟଙ୍କିଆ ପ୍ଲାନରେ ମଧ୍ୟ ରହିଛି ଫାଇଦା

    ଅନ୍ୟପଟେ ଏୟାରଟେଲର ଆଉ ତିନୋଟି ଶସ୍ତା ରିଚାର୍ଜ ପ୍ଲାନ୍ ମଧ୍ୟ ରହିଛି । ଯାହାର ମୂଲ୍ୟ ହେଉଛି ୧୮୫, ୨୦୩ ଏବଂ ୨୦୬ ଟଙ୍କା । ୧୮୫ ଟଙ୍କିଆ ପ୍ଲାନ୍‌ରେ ୨୮ ଦିନର ଭାଲିଡିଟି ମିଳୁଥିବା ବେଳେ ଏଥିରେ ରହିଛି ଅନଲିମିଟେଡ୍ କଲିଂ, ଫ୍ରି ନ୍ୟାସନାଲ୍ ରୋମିଂ ଏବଂ ୩୦୦ଟି SMS ସୁବିଧା । ସେହିପରି ୨୦୩ ଟଙ୍କିଆ ପ୍ଲାନରେ ମିଳୁଛି ୩୦ ଦିନର ଭାଲିଡ୍ ରହିଛି । ଏଥିରେ ମଧ୍ୟ ଅନଲିମିଟେଡ୍ କଲିଂ, ନ୍ୟାସନାଲ୍ ରୋମିଂ ଏବଂ ୩୦୦ଟି ଫ୍ରି SMS ସୁବିଧା ରହିଛି । ଆଉ ୨୦୬ ଟଙ୍କିଆ ପ୍ଲାନରେ ମିଳୁଛି କ୍ୟାଲେଣ୍ଡର ମାସ ଅନୁଯାୟୀ ଭାଲିଡ୍ । ଅର୍ଥାତ୍ ଏହାର ଭାଲିଡିଟି ମାସର ତାରିଖ ଅନୁସାରେ ନିର୍ଦ୍ଧାରିତ ହେବ । ଏହି ପ୍ଲାନରେ ମଧ୍ୟ ଅନଲିମିଟେଡ୍ କଲିଂ, ଫ୍ରି ନ୍ୟାସନାଲ୍ ରୋମିଂ ଏବଂ ୩୦୦ଟି SMS ସୁବିଧା ମିଳୁଛି ।

    ତେବେ ଅଧିକ ଡାଟା ଅପେକ୍ଷା କେବଳ କଲିଂ ଓ SMSକୁ ଗୁରୁତ୍ୱ ଦେଉଥିବା ଗ୍ରାହକଙ୍କ ପାଇଁ ୧୮୫, ୨୦୩ ଓ ୨୦୬ ଟଙ୍କିଆ ପ୍ଲାନ୍ ମଧ୍ୟ ଏକ ଅପ୍ସନ ହୋଇପାରେ । ତେଣୁ ରିଚାର୍ଜ କରିବା ପୂର୍ବରୁ ନିଜର ଡାଟା ଆବଶ୍ୟକତା ଓ ଭାଲିଡକୁ ଦେଖି ଉପଯୁକ୍ତ ପ୍ଲାନ୍ ବାଛନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    62 %
    1.9kmh
    1 %
    Sat
    27 °
    Sun
    27 °
    Mon
    27 °
    Tue
    27 °
    Wed
    27 °

    ସମ୍ବନ୍ଧିତ