ନୂଆଦିଲ୍ଲୀ :Poco ଗତକାଲି ଭାରତୀୟ ବଜାରରେ ନିଜର ଦୁଇଟି ଦମଦାର୍ ସ୍ମାର୍ଟଫୋନ୍ Poco X7 ଏବଂ Poco X7 Pro କୁ ଲଞ୍ଚ କରିଛି । ଏହି ଥର Poco, green ଏବଂ black-yellow color ଅପ୍ସନ୍ ବ୍ୟବହାର କରିଛି । Poco ସବୁଥର yellow color ରଖିଥାଏ କିନ୍ତୁ ଏଥର ଫୋନର ଲୁକ୍ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯାଉଛି । Poco X7 ରେ ୧.୫K 3D କର୍ଭଡ୍ AMOLED ଡିସପ୍ଲେ ରହିଛି । ଏହି ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଏଥିରେ HDR10+ ଏବଂ Dolby Vision ର ସପୋର୍ଟ ମିଳିବ । ଡିସପ୍ଲେର ସେଫ୍ଟି ପାଇଁ ଏଥିରେ Corning Gorilla Glass Victus 2 ର ବ୍ୟବହାର କରାଯାଇଛି । ଏଥିରେ ୪୮୦Hz ଟଚ୍ ସାମ୍ପଲିଂ ରେଟ୍, Wet Touch 2.0 ଏବଂ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ଫିଚର୍ସ ମଧ୍ୟ ଦିଆଯାଇଛି । ସେହିଭଳି Pro ମଡେଲରେ ୬.୬୭ ଇଞ୍ଚର AMOLED ଡିସପ୍ଲେ ଦିଆଯାଇଛି, ଯାହା ୧୨୦Hz ର ରିଫ୍ରେସ୍ ରେଟକୁ ସପୋର୍ଟ କରିବ । Poco X7 ରେ ୱାଟର ଏବଂ ଡଷ୍ଟରୁ ରକ୍ଷା ପାଇବା ପାଇଁ IP66, IP68 ଏବଂ IP69 ରେଟିଂ ଦିଆଯାଇଛି ।
ପ୍ରୋସେସର ଏବଂ ବ୍ୟୋଟେରୀ :Poco X7 ରେ MediaTek Dimensity 7300 Ultra ଚିପସେଟ୍ ଏବଂ X7 Pro ରେ ଅଧିକ ପାୱରଫୁଲ୍ Dimensity 8400-Ultra ପ୍ରୋସେସର ରହିଛି । ପାୱାର ପାଇଁ Pro ମଡେଲରେ ୬,୫୦୦ mAh ର ବ୍ୟାଟେରୀ ମଧ୍ୟ ପ୍ରଦାନ କରାଯାଇଛି । ଏହି ବ୍ୟାଟେରୀ ୯୦W ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରୁଥିବାବେଳେ ଷ୍ଟାଣ୍ଡାଡ୍ ମଡେଲରେ ୫୫୦୦ mAh ର ବ୍ୟାଟେରୀ ଦିଆଯାଇଛି, ଯାହା ୪୫W ର ଚାର୍ଜିଂକୁ ସପୋର୍ଟ କରିଥାଏ ।
କ୍ୟାମେରା ସେଟଅପ୍ :Poco X7 ରେ ୫୦MP Sony LYT600 ର ମେନ୍ ସେନ୍ସର OIS ଏବଂ EIS ର ସପୋର୍ଟ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ୮MP ର ଅଲ୍ଟ୍ରା-ୱାଇଡ୍ ଲେନ୍ସ ମଧ୍ୟ ରହିଛି । ଉଭୟ ମଡେଲରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୨୦ MP ର ଫ୍ରଣ୍ଟ କ୍ୟାମେରା ପ୍ରଦାନ କରାଯାଇଛି । ସେହିଭଳି, Poco X7 Pro ରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଦିଆଯାଇଛି । ଭାରତୀୟ ବଜାରରେ HyperOS ୨.୦ ରେ କାମ କରିବ । ଏହି ଫୋନରେ କମ୍ପାନୀ AI ଫିଚର୍ସ ମଧ୍ୟ ଦେଇଛି । ଏଥିରେ AI writer, AI interpreter, AI subtitles, AI recorder ଏବଂ AI film ସାମିଲ୍ ଅଛି ।
ପ୍ରାଇସ୍ :ପ୍ରାଇସ୍ ବିଷୟରେ କହିବାକୁ ଗଲେ Poco X7 ର ୮GB + ୧୨୮GB ଭ୍ୟାରିଆଣ୍ଟର ପ୍ରାଇସ୍ ୧୯,୯୯୯ ଟଙ୍କା ରଖାଯାଇଛି । ଏଥି ସହ Poco X7 ର ୮GB + ୨୫୬GB ଭ୍ୟାରିଆଣ୍ଟର ପ୍ରାଇସ୍ ୨୧,୯୯୯ ଟଙ୍କା ରହିଛି । ସେହିଭଳି Poco X7 Pro ବିଷୟରେ କହିଲେ ଏହାର ୮GB + ୨୫୬GB ଭ୍ୟାରିଆଣ୍ଟର ପ୍ରାଇସ୍ ୨୪,୯୯୯ ଟଙ୍କା ରହିଛି । ସ୍ମାର୍ଟଫୋନର ସେଲ୍ ଜାନୁଆରୀ ୧୪, ୨୦୨୫ ରୁ ଆରମ୍ଭ ହେବ । ଏହାକୁ ଆପଣ ଇ-କମର୍ସ ୱେସାଇଟ୍ Flipkart ରୁ ବହୁତ ସହଜରେ କିଣିପାରିବେ ।