Monday, October 19, 2026
21.9 C
Odisha

    ମୁକେଶ ଅମ୍ବାନୀଙ୍କ ବୋହୂଠାରୁ ଅନୀଲ ଅମ୍ବାନୀଙ୍କ ବୋହୂ ଅଧିକ ସୁନ୍ଦର, ସୋସିଆଲ ମିଡ଼ିଆରେ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ପରିବାରର ପୁଅ ଅବା ବୋହୂ ସଭିଙ୍କୁ ନେଇ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା ହୋଇଥାଏ। ଏବେ ପରିବାରର ଛୋଟ ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରାଧିକା ନିଜ ଷ୍ଟାଇଲ୍ ଏବଂ କଷ୍ଟ୍ୟୁମକୁ ନେଇ ବେଶ୍ ହେଡଲାଇନରେ ରହିଛନ୍ତି। ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଛୋଟ ବୋହୂ ରାଧିକାଙ୍କ ବିଭିନ୍ନ ଫଟୋ ଏବଂ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଅନୀଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ସ୍ତ୍ରୀ କ୍ରିଷାଙ୍କ ସୌନ୍ଦର୍ଯ୍ୟ ନେଇ ଅଧିକ ଚର୍ଚ୍ଚା ହୋଇଥାଏ। ସେ ରାଧିକାଙ୍କଠାରୁ ବହୁ ଆଗରେ ଥିବା କୁହାଯାଇଥାଏ। ଏବେ ଉଭୟଙ୍କର ତୁଳନାତ୍ମକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କ୍ରିଷାଙ୍କ ଇନଷ୍ଟାଗ୍ରାମ୍ ରେ ବହୁ ଫଟୋ ଅପଲୋଡ୍ କରିଥାନ୍ତି। ଏସବୁକୁ ନେଇ ୟୁଜର୍ସ ବିଭିନ୍ନ ମତାମତ ଦେଇଥାନ୍ତି। ତାଙ୍କର ନିଆରା ଷ୍ଟାଇଲ୍ ସପକ୍ଷରେ ବହୁ ସକାରାତ୍ମକ ମନ୍ତବ୍ୟ ଆସିଥାଏ।
    ସେହିପରି ଟିନା ଅମ୍ବାନୀଙ୍କ ଇନଷ୍ଟାଗ୍ରାମ୍ ରେ ମଧ୍ୟ ବୋହୂ କ୍ରିଷାଙ୍କର ବହୁ ଫଟୋ ସେୟାର ହୋଇଥାଏ। ଫଟୋରେ ଟିନା ଏବଂ କ୍ରିଷାଙ୍କ କେମେଷ୍ଟ୍ରି ପରସ୍ପରକୁ ବେଶ୍ ସୁହାଇଥାଏ ବୋଲି ୟୁଜର୍ସ ମତାମତ ଦେଇଥାନ୍ତି। ଅପରପକ୍ଷରେ ଅନନ୍ତ ଅମ୍ବାନୀଙ୍କୁ ବିବାହ କରିବାକୁ ଯାଉଥିବା ରାଧିକାଙ୍କର ପାଠପଢ଼ା, ତାଙ୍କ ପିତାମାତା ଏବଂ ପରିବାର ସମ୍ପର୍କରେ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ରାଧିକା ଏବଂ ଅନନ୍ତଙ୍କ ଯୋଡ଼ିକୁ ନେଇ ୟୁଜର୍ସ ବିଭିନ୍ନ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ