Wednesday, April 1, 2026
30.8 C
Odisha

    ତିରୁପତି ଲଡ଼ୁରେ ପଶୁଚର୍ବି ! ଚନ୍ଦ୍ରବାବୁ ଆଣିଲେ ବଡ଼ ଅଭିଯୋଗ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏଭଳି ଏକ ବୟାନ ଦେଇଛନ୍ତି ଯାହାକି ଆନ୍ଧ୍ର ରାଜନୀତିରେ ଭୂକମ୍ପ ଆଣିଛି ।  ସେ କହିଛନ୍ତି ଯେ ପୂର୍ବ ସରକାରରେ ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ତାଙ୍କ ଅଭିଯୋଗ ପରେ ରାଜ୍ୟରେ ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଛି।

    ଏନଡିଏ ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରି ନାଇଡୁ କହିଛନ୍ତି ଯେ ୱାଇଏସଆରସିପି ସରକାର ବିଶ୍ୱ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରି କରିବାରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିଲେ। ଶୁଦ୍ଧ ଘିଅ ପରିବର୍ତ୍ତେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ଏବେ ଶୁଦ୍ଧ ଘିଅ ବ୍ୟବହାର କରାଯାଉଛି। ତେବେ ନାଇଡୁଙ୍କ ଏହି ଅଭିଯୋଗକୁ ୱାଇଏସଆରସି ସିଧାସଳଖ ଖଣ୍ଡନ କରିଛି।

    ବରିଷ୍ଠ ୱାଇଏସଆରସିପି ନେତା ତଥା ଟିଟିଡିର ପୂର୍ବତନ ସଭାପତି ୱାଇଭି ସୁବ୍ବା ରେଡ୍ଡୀ ନାଇଡୁଙ୍କ ଅଭିଯୋଗକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ରେଡ୍ଡି କହିଛନ୍ତି ଯେ ଟିଡିପି ସୁପ୍ରିମୋ ରାଜନୈତିକ ଫାଇଦା ପାଇଁ ଯେକୌଣସି ସୀମାକୁ ଖସିଯାଉଛନ୍ତି । ସେ କହିଛନ୍ତି ଯେ ତିରୁପତି ମନ୍ଦିରର ପ୍ରସାଦ ଉପରେ ସେ ବହୁତ ଖରାପ ମନ୍ତବ୍ୟ ଦେଇଛନ୍ତି। ମନୁଷ୍ୟ ଜନ୍ମରେ ଜନ୍ମିତ କୌଣସି ବ୍ୟକ୍ତି ଏଭଳି ମନ୍ତବ୍ୟ ଦିଅନ୍ତି ନାହିଁ। ରାଜନୈତିକ ଫାଇଦା ପାଇଁ ଚନ୍ଦ୍ରବାବୁ କିଛି ବି କରିପାରନ୍ତି ବୋଲି ତାଙ୍କ ଅଭିଯୋଗ ପ୍ରମାଣିତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ