Friday, March 27, 2026
24.5 C
Odisha

    ’ଏହି କାରଣରୁ ଭାରତକୁ ଫେରିବାରେ ହେଲା ବିଳମ୍ବ’: ଅଞ୍ଜୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତରେ ସ୍ବାମୀ ଅରବିନ୍ଦ ଓ ଦୁଇ ପିଲାଙ୍କୁ ଛାଡ଼ି ପାକିସ୍ତାନ ଯାଇ ‌ପ୍ରେମିକଙ୍କୁ ବିବାହ କରି ଇସଲାମ ଧର୍ମ ଆପଣାଇ ଥିବା ଅଞ୍ଜୁ ନିଜ ନାମ ବଦଳାଇ ଫତିମା ରଖି ଦେଇଥିଲେ। ଅନେକ ଦିନ ପାକିସ୍ତାନରେ ରହିବା ପରେ ଅଞ୍ଜୁ ନିକଟରେ ଭାରତକୁ ଫେରି ଆସିଛନ୍ତି। ଭାରତକୁ ଫେରିବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ  ଗଣମାଧ୍ୟମକୁ ସାମ୍ନାକୁ କରି ନଥିଲେ। ସମ୍ପ୍ରତି ଦେଖିବାକୁ ଗଲେ ଅଞ୍ଜୁଙ୍କର ଗୋଟିଏ ପରେ ଗୋଟିଏ ସାକ୍ଷାତକାର ଏବେ ସାମ୍ନାକୁ ଆସୁଛି। ଯେଉଁଥିରେ ‌ସେ ନିଜ ଜୀବନକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିଥିବା ଦେଖିବାକୁ ଓ ଶୁଣିବାକୁ ମିଳୁଛି। ନିକଟରେ ଅଞ୍ଜୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି,‘ ମୁଁ ଭାରତରୁ ପାକିସ୍ତାନ ଯିବା ପରେ ପରିସ୍ଥିତି ଖରାପ ହୋଇଯାଇଥିଲା। ତେଣୁ ମୋତେ ଭାରତ ଫେରିବାକୁ ସମୟ ଲାଗିଲା। କିନ୍ତୁ ମୁଁ ପାକିସ୍ତାନରେ ଥାଇ ମୋର ପିଲାଙ୍କ ସହିତ କଥା ହେଉଥିଲି। ଧୀରେଧୀରେ ପରିସ୍ଥିତି ଠିକ ହେବାପରେ ମୁଁ ଭାରତ ଫେରିବାକୁ ସ୍ଥିର କରିଥିଲି।

    ମୁଁ ପାକିସ୍ତାନରେ ଇସଲାମଧର୍ମ ଆପଣାଇଛି ସତ କିନ୍ତୁ ନମାଜ କେବେ ପଢ଼ିନାହିଁ। କାରଣ ନମାଜ ପଢ଼ିବା ଏତେ ସହଜ ନୁହେଁ। ଏଥିପାଇଁ ସମୟ ଲାଗିବ। କିନ୍ତୁ ସେଠାରେ ଅନ୍ୟମାନେ କ’ଣ କରୁଛନ୍ତି କେମିତି କରୁଛନ୍ତି  ସେସବୁକୁ ମୁଁ ଅନୁକରଣ କରୁଛି।ପାକିସ୍ତାନରେ ଅନେକ ବୁଲିବା ସ୍ଥାନ ଅଛି। ମୁଁ ୪ମାସ ଭିତରେ ପାକିସ୍ତାନର ଗୁଡ଼ାଏ ସ୍ଥାନ ବୁଲିଛି। ସେଠାକାର ଲୋକମାନେ ବି ଖୁବ ଭଲ। ସେଠାରେ ‌ମୋତେ କେବେ ବି କୌଣସି ପ୍ରକାର ଅସୁବିଧା ହୋଇ ନାହିଁ।’

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    31 %
    1.3kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ