Sunday, September 20, 2026
30.5 C
Odisha

    ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ପୁଣି ୩ ଏତଲାକାରୀ ଓହରିଲେ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ଅନ୍ୟ ୩ ଜଣ ଏତଲାକାରୀ ଓହରି ଯାଇଛନ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏହି ତିନି ଜଣ କହିଛନ୍ତି। ଗତ ୧୦ ତାରିଖ ଦିନ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କହିଥିଲେ ଯେ, ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇ ନାହିଁ। ତେବେ ଏହି ମାମଲାରୁ ଏବେ ସମୁଦାୟ ୫ ଅଭିଯୋଗକାରୀ ଓହରି ଯାଇଛନ୍ତି। ପୂର୍ବରୁ ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ  ଏତଲା ଦେଇଥିଲେ। ଗତ ୧୦ ତାରିଖରେ ୨ ଜଣ ଅଭିଯୋଗକାରୀ ସେମାନଙ୍କୁ ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ ପ୍ରଦୀପଙ୍କ ଓକିଲ କହିଥିଲେ।

    ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାର ବିଚାରଣା ଆରମ୍ଭ ହୋଇଛି। ଏଣୁ ଏହି ମାମଲାରେ ଅଭିଯୁକ୍ତ ଥିବା ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ କୋର୍ଟରେ ହାଜର ହୋଇଛନ୍ତି। ସାଂସଦ ଓ ବିଧାୟକଙ୍କ ପାଇଁ ରହିଥିବା ସ୍ବତନ୍ତ୍ର କୋର୍ଟ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌(ଗ୍ରାମାଞ୍ଚଳ) ଜୁଏଲ୍‌ ପଟ୍ଟନାୟକଙ୍କ କୋର୍ଟରେ ବିଚାରଣା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ ଦୁଇଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ସୂଚନାଯୋଗ୍ୟ, ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ଟଙ୍କା ଠକେଇ ମାମଲା ଜିଆର୍‌-୨୨୨୫/୨୦ର ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ଜିଆର୍‌-୬୨/୨୧ର ଏତଲାକାରୀ ପ୍ରଭାତ ନାୟକ ନିଜର ସାକ୍ଷ୍ୟ ଦେଇଥିଲେ। ଉଭୟ ବ୍ୟକ୍ତି ତାଙ୍କ ବୟାନରେ କହିଥିଲେ ଯେ, ସେମାନେ ଚାପଗ୍ରସ୍ତ ହୋଇ ଥାନାରେ ଏତଲା ଦେଇଥିଲେ।  ବିଜେଡିର କିଛି ନେତା, ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଚାପ ପକାଇଥିଲେ। ପ୍ରଦୀପଙ୍କୁ ଆମେ କୌଣସି ଟଙ୍କା ଦେଇ ନାହୁଁ ବୋଲି ଉଭୟ ଏତଲାକାରୀ ତାଙ୍କର ବୟାନ୍‌ରେ କହିଥିବା ନେଇ ସାଂସଦଙ୍କ ଓକିଲ ଦୀପକ ପଟ୍ଟନାୟକ ଓ ଅସିତ ଶତପଥୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ