Thursday, October 1, 2026
30.6 C
Odisha

    ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା: ଧାନମଣ୍ଡିରେ ପଡ଼ିଲା ତାଲା, ପୁଲିସ ଖୋଲିଲା

    ଆଗକୁ ପଢନ୍ତୁ

    ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର ଏମଭି-୧୧ ଗ୍ରାମରେ ଥିବା ବାଟପାଲୀ ମଣ୍ଡିରେ ଆରମ୍ଭରୁ ହିଁ ଉତ୍ତେଜନା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ମଣ୍ଡି ପରିଚାଳନା ଦାୟୀତ୍ବକୁ ନେଇ ବିବାଦ ଲାଗିଥିବାରୁ ଗୋଟିଏ ଗୋଷ୍ଠୀ ମଣ୍ଡିରେ ତାଲା ଠୁଙ୍କିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗିବା ସହ ଚାଷୀଙ୍କୁ ମଣ୍ଡିରେ ଭର୍ତ୍ତି କରିଥିଲେ। କିନ୍ତୁ ଧାନ କିଣାଯାଇନଥିବା ଜଣାପଡିଛି।

    ଘଟଣା ଅନୁଯାୟୀ ବାଟପାଲୀ ଧାନମଣ୍ଡିକୁ ଗତ ୩ ବର୍ଷ ହେଲା ମା’ କାଳୀ ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳନା କରିଆସୁଥିଲା। କିନ୍ତୁ ଗତ ଚାରି ବର୍ଷ ହେଲା ସ୍ଥାନୀୟ ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠୀ ଏହି ମଣ୍ଡିକୁ ପରିଚାଳନା କରିବା ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ତାଂକୁ ପ୍ରଦାନ କରାଯାଉନଥିଲା। ଗତବର୍ଷ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ସେମାନଙ୍କୁ ବୁଝାସୁଝା କରି ଆସନ୍ତା ବର୍ଷକୁ ଆପଣମାନଙ୍କୁ ଦେବା ନେଇ ଜିଲ୍ଲା ଯୋଗାଣ ଅଧିକାରୀ କହିଥିଲେ ବୋଲି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରକାଶ କରିଛନ୍ତି। କିନ୍ତୁ ଏଥର ପ୍ରଥମରେ ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠୀ ଆବେଦନ କରିଥିଲେ ମଧ୍ୟ ଭିତିରି ସଂପର୍କ କରି ମା’ କାଳୀ ଗ୍ରୁପକୁ ପୁଣି ଏହି ମଣ୍ଡିକୁ ହସ୍ତାନ୍ତର କରାଯାଇଛି। ଏହା ଜାଣିବା ପରେ ଆଜି ସକାଳୁ ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଣ୍ଡିରେ ତାଲା ଠୁଙ୍କି ଦେଇଥିଲେ।

    ଅନ୍ୟଦିଗରେ ଶତାଧିକ ଗାଡ଼ି ଧାନ ବସ୍ତା ବୋହି ମଣ୍ଡି ସାମ୍ନାରେ ଠିଆ ହୋଇଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦ ସମାଧାନ ହେଉନଥିବାରୁ ଚାଷୀମାନେ ମଧ୍ୟ ବିରକ୍ତାଭାଷ ପ୍ରକାଶ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଇନ୍ଦ୍ରାବତୀ ଏସଏଚଜି ନିଜର ଦାବିରେ ଅଟଳ ରହିଥିବାରୁ କୌଣସି ସମାଧାନ ହୋଇପାରିନଥିଲା। ତେବେ ବାଧ୍ୟ ହୋଇ ପୁଲିସ ମଣ୍ଡିର ତାଲା ଭାଙ୍ଗିବା ସହ ଧାନ ବସ୍ତା ଗାଡିଗୁଡିକକୁ ମଣ୍ଡିରେ ଭର୍ତ୍ତି କରିଥିଲା। ତେବେ ଧାନ ମପା ଯନ୍ତ୍ର ସହ ଅନ୍ୟ ସାମଗ୍ରୀ ଗୋଟିଏ କଠୋରୀରେ ରହିଥିବାରୁ ସେହି କଠୋରୀରେ ମଧ୍ୟ ତାଲା ଝୁଲୁଥିଲା। ତେବେ ସେହି ତାଲାକୁ ଭଙ୍ଗା ଯାଇପାରୁନଥିବାରୁ ମଣ୍ଡିରେ ଆଜି ଅଚଳାବସ୍ଥା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    54 %
    2.7kmh
    7 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ