Tuesday, March 31, 2026
28.1 C
Odisha

    ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

    ଆଗକୁ ପଢନ୍ତୁ

    ପୁରୀ: ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଦାୟିତ୍ବ। ଗୁରୁବାର ରାତି ଅଧିଆ ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢୀଙ୍କର ମଧ୍ୟ ପୁରୁଣା ଅଭିଜ୍ଞତା ରହିଛି।

    ସୂଚନାଯୋଗ୍ୟ, ନିକଟରେ ବୀରବିକ୍ରମ ଯାଦବ ମେ ୨୨ରୁ ଜୁନ ୧୧ ପର୍ଯ୍ୟନ୍ତ ଛୁଟିରେ ଯାଇଥିବା ବେଳେ ଅରବିନ୍ଦ ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ମିଳିଥିଲା। ଏହା ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀ। ସେପଟେ ବରିଷ୍ଠ ଆଇଏସ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ ଛାଟ ବାଜିବା ଆରମ୍ଭ ହୋଇଥିବା ବେଳେ ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ହଟାଯାଇଥିବା କୁହାଯାଉଛି। ସେ ଯୋଗାଣ ଓ ପୂର୍ତ୍ତ ବିଭାଗର ସଚିବ ରହିବା ସହ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ପାଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ଆଖିଦୃଶିଆ ପ୍ରଶାସନିକ ଦକ୍ଷତା ଦେଖାଇନଥିଲେ ମଧ୍ୟ ବିଜେଡି ସରକାର ସମୟରେ ଅଖଣ୍ଡ କ୍ଷମତା ଭୋଗ କରୁଥିଲେ ବୋଲି ଚର୍ଚ୍ଚା ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    42 %
    2kmh
    93 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ