Saturday, October 3, 2026
22.1 C
Odisha

    ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ଭାବେ ସମୀର ଦେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ

    ଆଗକୁ ପଢନ୍ତୁ

    କଟକ: ଫାଓ (ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା)ର ସଭାପତି ହେଲେ ସମୀର ଦେ। ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ହେଲେ ସମୀର ଦେ। ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିର୍ଦ୍ୱନ୍ଦ୍ବରେ ହେଲେ ନିର୍ବାଚିତ। ଆସନ୍ତା ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ।

    ସୂଚନାଯୋଗ୍ୟ, ଆସନ୍ତା ୨୧ ତାରିଖ‌ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଫୁଟ୍‌ବଲ ସଂଘ (ଫାଓ)ର ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ପୂର୍ବରୁ ରାଜ୍ୟ ଫୁଟ୍‌ବଲ ସଂଘ ସଭାପତି ତଥା ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ପଦ ଛାଡ଼ିଛନ୍ତି। ଶ୍ରୀ ସାମନ୍ତରାୟ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ବଇଚ୍ଛାରେ ନିଜର ପଦ ଛାଡ଼ିଛନ୍ତି। ସଂଘର ବିଭିନ୍ନ କାର୍ଯ୍ୟରେ ସମୟ ଦେଇପାରୁନଥିବା ଓ ସଂଘକୁ ନ୍ୟାୟ ଦେଇପାରୁନଥିବା ଅନୁଭବ କରି ସେ ଏହି ପଦ ଛାଡ଼ୁଥିବା କହିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ସଂଘର ସଂପାଦକ ଆଶୀର୍ବାଦ ବେହେରାଙ୍କ ନିକଟକୁ ପଠାଇ ଦେଇଛନ୍ତି। ‌ତେବେ‌ ଦେବାଶିଷ ପଦ ଛ‌ାଡ଼ିବାକୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ‌ହେଉଛି। ସରକାର ବଦଳିବା ପ‌ରେ ବାରବାଟୀ ରାଜନୀତି ଦୃଶ୍ୟପଟ୍ଟରେ ମଧ୍ୟ ପରିବର୍ତ୍ତନ ଘଟିଛି।ଦେବାଶିଷଙ୍କ ବଦଳରେ ପୁଣିଥ‌ରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ସଭାପତି ହେବା ନେଇ ଚର୍ଚ୍ଚା ହେଉଥିଲା।

    ଆସନ୍ତା ୨୧ ତ‌ାରିଖରେ ଫାଓର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ପଦପଦବି ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ଏହି ନିର୍ବାଚ‌ନରେ ମୋଟ ୨୪୧ ଜଣ ଭୋଟର ରହିଛନ୍ତି। ସଂଘର ସଭାପତି, ସାଧାରଣ ସଂପାଦକ, ଉପସଭାପତି, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ ପଦପଦବି ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଶ୍ରୀସାମନ୍ତରାୟ ରାଧାରମଣ କ୍ଲବ୍ ପକ୍ଷରୁ ଫାଓକୁ ପ୍ରତିନିଧିତ୍ବ କରୁଥିଲେ। ଗତ ଦୁଇଥର ତାଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ସଭାପତି ଭାବେ ନିର୍ବାଚିତ କରାଯାଉଥିଲା। ଏଥର ଦେବାଶିଷଙ୍କ ନିଜ ଇଚ୍ଛାରେ ପଦ ଛାଡିଥିବାରୁ ନୂତନ ସଭାପତି କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଛି। ଏଥର ରାଧାରମଣ କ୍ଲବ୍ ପକ୍ଷରୁ ଦେବାଶିଷଙ୍କ ନାମ ଆସି ନଥିବା ବେଳେ ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌ ତରଫରୁ ବିଜେପି ନେତା ସମୀର ଦେଙ୍କ ନାମ ଆସିଥିବାରୁ ସେ ସଭାପତି ହେବାର ଆଶା ଉଜ୍ବଳ ହୋଇଥିଲା। ସରକାର ପରିବର୍ତ୍ତନ ହେବା ପରେ ଏବେ ରାଜ୍ୟ କ୍ରୀଡା ସଂଘରେ ମଧ୍ୟ ପରିବର୍ତ୍ତନ ‌ହେବା ଆରମ୍ଭ ହୋଇଛି। ଫୁଟ୍‌ବଲ ସଂଘରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ଓଡ଼ିଶା କ୍ରିକେଟ୍‌ ସଂଘରେ ମଧ୍ୟ ବିଜେପି ପ୍ରଭ‌ାବ ବଢିବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ