Saturday, April 11, 2026
37.2 C
Odisha

    ମଞ୍ଚରେ ଟଳିପଡ଼ିଲେ ରାମଙ୍କ ଚରିତ୍ରରେ ଥିବା କଳାକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ। ସରିନଥିଲା ଅଭିନୟ। ମଞ୍ଚରେ ଟଳିପଡ଼ିଲେ ରାମଙ୍କ ଚରିତ୍ରରେ ଥିବା କଳାକାର। ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଚକିତ କଲାଭଳି କିଛି ଭିଡିଓ। ରାମଲୀଳାରେ ଅଭିନୟ କରୁଥିବା ବେଳେ ହୃଦଘାତରେ ରାମ ଚରିତ୍ରରେ ଥିବା କଳାକାରଙ୍କ ମୃତ୍ୟୁ ହୋଇଛି। ନବରାତ୍ରୀ ଅବସରରେ ଦିଲ୍ଲୀର ଶାହଦରାଠାରେ ରାମଲୀଳା ମଞ୍ଚସ୍ଥ ହୋଇଥିଲା। ରାମଲୀଳାରେ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାର ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। କଳାକାର ସୁଶୀଲ କୌଶିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଆନନ୍ଦ ବିହାର ନିକଟସ୍ଥ କୈଳାଶ ଦୀପକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ଲେଫ୍ଟନାଣ୍ଟ ଏସ.କେ କୌଶିକଙ୍କ ପୁଅ ସୁଶୀଲ କୌଶିକ (୪୫) ବୋଲି ଜଣାପଡ଼ିଛି।
    କରୋନ ଟୀକା ଯୋଗୁଁ ହୃଦଘାତ ବୃଦ୍ଧି ପାଉଥିବା ନେଇ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ। ସେ ଦିଲ୍ଲୀର ରାମଲୀଳା ଭିଡିଓ ସେୟାର କରି କହିଛନ୍ତି, ଏହା ଏକ ସାଧାରଣ କଥା ହୋଇଗଲାଣି ଯେ କରୋନ ଟୀକା ପରେ ଭାରତରେ କ୍ରମାଗତ ଭାବରେ ଯୁବକଙ୍କର ହୃଦଘାତରେ ମୃତ୍ୟୁ ହେଉଥିବା କଥା ସାମ୍ନାକୁ ଆସୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ