Thursday, December 26, 2024
25.5 C
Odisha

    କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏବେ ଠାରୁ ବ୍ୟସ୍ତ କାରିଗର, ଡଙ୍ଗା ତିଆରି କରି ଗୁଜୁରାଣ ମେଣ୍ଟାନ୍ତି ଏମାନେ

    ଆଗକୁ ପଢନ୍ତୁ

    ଚାଲିଛି ପୁଣ୍ୟ ମାସ କାର୍ତ୍ତିକ ମାସ । କାର୍ତ୍ତିକ ମାସରେ ପୂର୍ଣ୍ଣିମା ପୂର୍ବରୁ ସବୁଠୁ ବେଶି ମନେ ପଡେ ଡଙ୍ଗା କଥା । ଓଡ଼ିଆମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସବମୁଖର ହୋଇପଡେ । ଏହି ଦିନରେ ଡଙ୍ଗା ଭଷାଇଥାନ୍ତି ଆବାଳ ବୃଦ୍ଧ ବନିତା । ଆଉ କାର୍ତ୍ତିକ ପୂର୍ଣ୍ଣମା ପାଇଁ ଡଙ୍ଗା ତିଆରି କାମରେ ଲାଗିପଡିଛନ୍ତି ଡଙ୍ଗା କାରିଗର । ସାଲେପୁର ବ୍ଲକ୍ ଚନ୍ଦ୍ରାଦେଇପୁର ଓ କଣ୍ଟାସାହି ଗାଁରେ ଅଧିକାଂଶ ପରିବାର ବିଭିନ୍ନ କିସମର ଆକର୍ଷଣୀୟ ହାତ ତିଆରି ବୋଇତ ଡଙ୍ଗା ତିଆରି କରିଥାନ୍ତି ।

    ଡଙ୍ଗା ତିଆରି କାମରେ ମହିଳା ପୁରୁଷ ସମସ୍ତେ ବ୍ୟସ୍ତ । ଏ ବର୍ଷ ବେପାରରେ ଭଲ ଲାଭ ହେବାର ଆଶା ରଖିଛନ୍ତି ଡଙ୍ଗା କାରିଗର । ଆଉ ଏହି ଡଙ୍ଗାକୁ ବିଭିନ୍ନ ସ୍ଥାନକୁ ପଠାଇ ଭଲ ଦି ପଇସା ରୋଜଗାର କରନ୍ତି ଏମାନେ ।

    ଆଜକୁ ୧୫ ବର୍ଷ ହେବ ଡଙ୍ଗା କରୁଛନ୍ତି ଏହି କାରିଗର । ପରିବାର ସଦସ୍ୟମାନେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୫୦୦୦ରୁ ଅଧିକ ଡଙ୍ଗା ତିଆରି କରିଛନ୍ତି । ଘରର ମହିଳାମାନେ ଘରକାମ ସାରି ବଳକା ସମୟରେ ଡଙ୍ଗା ତିଆରି କାମରେ ଲାଗିପଡିଥାନ୍ତି । ସୁନ୍ଦର ସୁନ୍ଦର ଡଙ୍ଗା ଏହି ଗାଁରେ ତିଆରି କରିଥାନ୍ତି କାରିଗରମାନେ। କାରିଗରମାନେ ଡଙ୍ଗା ତିଆରି କରି ସାଲେପୁର ବଜାର, କଟକ-ଭୁବନେଶ୍ବର ତଥା ଆଖ ପାଖ ଅଞ୍ଚଳକୁ ବିକ୍ରୟ ପାଇ ନେଇଥାନ୍ତି । ବେପାରୀ ଓ ଗ୍ରାହକମାନେ ମଧ୍ୟ ବିଭିନ୍ନ ସ୍ଥାନରୁ ଡଙ୍ଗା ନେବା ପାଇଁ ଆସନ୍ତି ।

    ପରିବାର ପ୍ରତିପୋଷଣ ପାଇଁ ବର୍ଷକରେ ଥରେ ଏହି ବ୍ୟବସାୟ ହେଉଥାଇ ପାରେ । କିନ୍ତୁ ବିଶେଷ କରି ଟଙ୍କା ପାଇଁ ନୁହେଁ ବରଂ ଡଙ୍ଗା ତିଆରି କଳାକୁ ବଞ୍ଚାଇବା ପାଇଁ ଏହି ଅଞ୍ଚଳର କାରିଗରମାନେ ପ୍ରୟାସ ଜାରି ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    69 %
    1.4kmh
    92 %
    Thu
    25 °
    Fri
    28 °
    Sat
    29 °
    Sun
    29 °
    Mon
    28 °

    ସମ୍ବନ୍ଧିତ