Thursday, October 15, 2026
23.2 C
Odisha

    ୧୦ଟଙ୍କିଆ ଷ୍ଟାମ୍ପ ପେପରରେ ୫୦୦ଟଙ୍କା ତିଆରି କରୁଥିଲେ ୨ଯୁବକ, ଗିରଫ କଲା ପୁଲିସ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ: ଆପଣମାନେ ସମସ୍ତେ ବଲିଉଡ ଅଭିନେତା ଶାହିଦ କପୁର ଓ ବିଜୟ ସେଥୁପତିଙ୍କ ଫିଲ୍ମ ‘ଫର୍ଜି’ ଦେଖିଥିବେ ନିଶ୍ଚୟ। ଫିଲ୍ମଟି ଆମାଜନ ପ୍ରାଇମରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ଶାହିଦ୍ କପୁର ନକଲି ଟଙ୍କା ଛପାଇ କୋଟିପତି ହୋଇଥିଲେ। ହେଲେ ଶେଷରେ ପୁଲିସ ତାଙ୍କ କାମ ବିଷୟରେ ଜାଣିପାରିଥିଲା। ଏବେ ଅସଲ ଜୀବନରେ ସେଭଳି କିଛି ଘଟିଛି। ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ରହୁଥିବା ୨ଯୁବକ ୧୦ଟଙ୍କିଆ ଷ୍ଟାମ୍ପ ପେପରରେ ୫୦୦ଟଙ୍କା ତିଆରି କରୁଥିଲେ ବୋଲି ଜଣାପଡ଼ିଛି। ଏବେ ପୁଲିସ ଦୁହିଁଙ୍କୁ ଗିରଫ କରିଛି। ଅଭିଯୁକ୍ତମା‌ନେ ହେଲେ ସତୀଶ ରାୟ ଓ ପ୍ରମୋଦ ମିଶ୍ରା। ଶୁକ୍ରାବର ଦିନ ଦୁହିଁଙ୍କୁ ଗିରଫ କରିଛି ପୁଲିସ। କୁହାଯାଉଛି ଯେ, ଦୁହେଁ ନକଲି ଟଙ୍କା ତିଆରି କରିବା ରାକେଟ ଚଳାଇବା ସହ ପ୍ରାୟ ୩୦,୦୦୦ଟଙ୍କାର ନକଲି ନୋଟ୍ ଖର୍ଚ୍ଚ କରି ସାରିଥିଲେ। ପୁଲିସର ସୂଚନାନୁସାରେ ଅଭିଯୁକ୍ତ ସତୀଶ ରାୟ ଏବଂ ପ୍ରମୋଦ ମିଶ୍ରା କମ୍ପ୍ୟୁଟର ପ୍ରିଣ୍ଟରରେ ୧୦ଟଙ୍କିଆ ଷ୍ଟାମ୍ପ ପେପରରେ ନକଲି ୫୦୦ଟଙ୍କିଆ ନୋଟ ଛାପୁଥିଲେ। ଏଥିପାଇଁ ସେମାନେ ମିର୍ଜାପୁରରୁ ଷ୍ଟାମ୍ପ ପେପର କିଣିଥିଲେ। ସବୁ ନୋଟର ସମାନ ସିରିଏଲ ନମ୍ବର ଥିଲା। ଶୁକ୍ରବାର ସୋନଭଦ୍ରର ରାମଗଡ ବଜାରରେ ନକଲି ୧୦,୦୦୦ଟଙ୍କା ଖର୍ଚ୍ଚ କରିବାକୁ ଯାଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା।

    ଅତିରିକ୍ତ ପୁଲିସ ଅଧୀକ୍ଷକ କଲୁ ସିଂ କହିଛନ୍ତି, “ଗିରଫ ପରେ ଆମେ ୨୦ଟି ୫୦୦ଟଙ୍କିଆ ନକଲି ନୋଟ୍ ଜବତ କରିଛୁ। ଏହାକୁ ଧରିଲେ ବା ଦେଖିଲେ ଏହା ଅସଲି କି ନକଲି କେହି ଜାଣିପାରିବେ ନାହିଁ। ନକଲି ନୋଟ ବ୍ୟତୀତ ଆମେ ଏକ ଆଲ୍ଟୋ କାର, ନୋଟ୍ ଛାପିବା ପାଇଁ ବ୍ୟବହୃତ ଯନ୍ତ୍ରପାତି, ଲାପଟପ୍, ପ୍ରିଣ୍ଟର୍ ଏବଂ ୨୭ଟି ଷ୍ଟାମ୍ପ ପେପର ଜବତ କରିଛୁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ