Saturday, October 3, 2026
22.1 C
Odisha

    ରଥ ଉପରକୁ ମୋବାଇଲ ନେଇପାରିବେନି ସେବାୟତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି ଅରବିନ୍ଦ ପାଢ଼ୀ ଦାୟିତ୍ୱ ନେଇଛନ୍ତି। ସେ ଦାୟିତ୍ୱ ନେବା ପରେ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଆଗାମୀ ବାହୁଡା ଯାତ୍ରାକୁ ନେଇ ଆକ୍ସନମୋଡକୁ ଆସିଛନ୍ତି। ଦାୟିତ୍ୱ ନେବା ପରେ ସେ କହିଛନ୍ତି, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ।

    ସେହିଭଳି ରଥ ବେଳେ କିଛି ଅଣ ସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅରବିନ୍ଦ ପାଢ଼ୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କି, ବାହୁଡା ଯାତ୍ରା ବେଳେ ଯଦି ଏଭଳି କୌଣସି ଅଣସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳେ ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ସେତିକି ନୁହେଁ, ରଥଯାତ୍ରା ବେଳେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢ଼ିଥିବା ନଜରକୁ ଆସିଥିଲା। ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ଏବେ ରଥ ଉପରେ ସୀମିତ ସେବାୟତ ଚଢ଼ିବାକୁ ଅନୁମତି ଦିଆଯିବ। ଯାହାର ସେବା ନାହିଁ, ସେମାନଙ୍କୁ ରଥ ଉପରେ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ