Tuesday, October 13, 2026
21.3 C
Odisha

    ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଘୋଷଣା କଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ ବିଧିବଦ୍ଧ ଭାବେ ନୋଟିଫିକେସନ୍ ଜାରି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି । ତେବେ ୧୯୭୫ ମସିହା ଏହି ସମାନ ତାରିଖରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଆଉ ଏହାକୁ ଟାର୍ଗେଟ କରିବାକୁ ଯାଇ କେନ୍ଦ୍ର ସରକାର ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିଛନ୍ତି ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, “୨୫ ଜୁନ୍ ୧୯୭୫ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ମାନସିକତାର ପରିଚୟ ଦେଇ ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ସହ ଗଣତନ୍ତ୍ରର ତଣ୍ଟି ଚିପି ହତ୍ୟା କରିଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ବିନା କାରଣରେ ଜେଲରେ ଭର୍ତ୍ତି କରାଗଲା ଓ ମିଡିଆର କଣ୍ଠରୋଧ କରି ଦିଆଗଲା । ଭାରତ ସରକାର ପ୍ରତିବର୍ଷ ଏହି ଜୁନ୍ ୨୫ ତାରିଖକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୧୯୭୫ ମସିହା ଜରୁରୀ ପରିସ୍ଥିତି ସମୟରେ ଯେଉଁମାନେ ଅକଥନୀୟ କଷ୍ଟ ସହିଛନ୍ତି, ଏହି ଦିନଟି ସେମାନଙ୍କୁ ମନେପକାଇବା ପାଇଁ । ”

    ସୂଚନାଯୋଗ୍ୟ ଯେ, ଭାରତୀୟ ସମ୍ବିଧାନର ୩୫୨ ଅନୁଚ୍ଛେଦ ଅନୁସାରେ ରାଷ୍ଟ୍ରପତି ଜରୁରୀ ପରିସ୍ଥିତି ଘୋଷଣା କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳର ଲିଖିତ ସୁପାରିଶରେ ରାଷ୍ଟ୍ରପତି ଏହା ଘୋଷଣା କରିପାରିବେ । ଜରୁରୀ ପରିସ୍ଥିତି ଜାରି ହେଲେ ନାଗରିକଙ୍କ ମୌଳିକ ଅଧିକାର ରହିନଥାଏ । ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା ତିନି ଥର ଜରୁରୀ ପରିସ୍ଥିତି ଜାରି କରାଯାଇଛି । ୧୯୬୨, ୧୯୭୧ ଏବଂ ୧୯୭୫ ମସିହାରେ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.3 ° C
    21.3 °
    21.3 °
    84 %
    1.1kmh
    11 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ