Wednesday, October 22, 2025
29.6 C
Odisha

    ASEAN SUMMITରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଅନ୍ତର୍ଜାତୀୟ ସମିଟି । ସାମିଲ ହେବେ ବଡ ବଡ ନେତା । ଏହି ସମିଟିରେ ଅନେକ ଗୁରୁତ୍ବପୂଣ୍ଣ ବିଷୟ ଉପରେ ଆଲୋଚନା ହୋଇପାରେ । ତେବେ ଏହାରି ଭିତରେ ଭାରତ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ସାମିଲ ହେବେ କି ନାହିଁ ସେ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି ।

    ମାଲେସିଆର କୁଆଲା ଲୁମ୍ପୁରରେ ଏହାର ଆୟୋଜନ କରାଯାଇଛି । ମାଲେସିଆ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିସାରିଛି ।ଏପରିକି ମାଲେସିଆର କିଚି ଅଥରିଟିଜଙ୍କ କହିବା ଅନୁଯାୟୀ ହେବାକୁ ଥିବା ASEAN EAST ASIA ସମିଟିରେ ଭାରତ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ରହିପାରନ୍ତି ବୋଲି କୁହାଯାଇଛି । ମାତ୍ର ଏନେଇ ଭାରତ ତରଫରୁ କିଛି ଅଫିସିଆଲି ସୁନିଶ୍ଚିନ୍ତ କରାଯାଇନାହିଁ ।

    ସେହିପରି ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ଦେଖିବା ସେ ଏତିରେ ସାମିଲ ହେବେ ବୋଲି ନିଶ୍ଚିନ୍ତ କରିଛନ୍ତି । ତେବେ ଯଦି ପ୍ରଧାନମନ୍ତ୍ରୀ ଏଥିରେ ସାମିଲ ହୁଅନ୍ତି ତେବେ ଏହା ଭାରତ ଓ ଆମେରିକାର ମଧ୍ୟରେ ଚାଲିଥିବା ତିକ୍ତତା ଦୁର କରିବା ନେଇ ଦୁଇ ଦେଶର ମୁଖିଆଙ୍କ ଭିତରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ଆସନ୍ତା ଅକ୍ଟୋବର 27 ରୁ ଆରମ୍ଭ ହେବ ASEAN ସମିଟି 2025 । ଏଥିରେ ଅନେକ ଦେଶର ବଡ ବଡ ନେତା ସବୁ ସାମିଲ ହେବେ । ଏପରିକି ଭାରତ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏହି ସମିଟିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।

    ସେହିପରି ଆମେରିକା ତରଫରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହେବେ ବୋଲି ସୁନିଶ୍ଚିନ୍ତ କରିଛନ୍ତି । ଫଳରେ ଦୁଇ ନେତା ପରସ୍ପର ସହ ଆଲୋଚନା କରିବା ଫଳରେ ହୁଏତ ଭାରତ ଉପରେ ଲଗାଯାଇଥିବା ଟାରିଫକୁ ହଟାଇ ପାରନ୍ତି ଡୋନାଲ୍ଡ ଟ୍ରମ୍ପ ବୋଲି କୁହାଯାଉଛି ।

    ଏପରି ହେଲେ ଭାରତର ଅନେକ ଫାଇଦା ହେବ । ମାତ୍ର ଏଯାଏଁ ଭାରତ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମିଟିରେ ଉପସ୍ଥିତ ରହିବେ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଦେଖାଯାଉ କଣ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    56 %
    2.4kmh
    1 %
    Wed
    30 °
    Thu
    28 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ