Wednesday, April 1, 2026
38.4 C
Odisha

    କାହାକୁ ଛାଡିବାକୁ ଚାହୁଁଛନ୍ତି ଅଶୋକ ଚୌଧୁରୀ: ଟୁଇଟ୍‌ ନେଇ ବିହାର ରାଜନୀତିରେ ଝଡ଼

    ଆଗକୁ ପଢନ୍ତୁ

    ପାଟନା: ଜେଡିୟୁ ନେତା ଅଶୋକ ଚୌଧୁରୀଙ୍କ ଏକ ଟୁଇଟ୍ ବିହାର ରାଜନୀତିରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହି ଟୁଇଟ୍ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିବା ପାଇଁ ଅଶୋକ ଚୌଧୁରୀଙ୍କୁ ଡାକିଛନ୍ତି। ଅନ୍ୟପକ୍ଷରେ, ଚୌଧୁରୀଙ୍କ ଟୁଇଟ୍ ପରେ ଜେଡିୟୁରେ ଅସନ୍ତୋଷ ବୃଦ୍ଧି ପାଇଛି। ଦଳର ମୁଖପାତ୍ର ନୀରଜ କୁମାର କହିଛନ୍ତି ନୀତୀଶ କୁମାରଙ୍କ ଉପରେ କୌଣସି ସମାଲୋଚନାକୁ ସହ୍ୟ କରାଯିବ ନାହିଁ। ଜେହାନାବାଦର ଜେଡିୟୁ ଭୁମିହାର ସମ୍ପ୍ରଦାୟର ନେତାଙ୍କ ଉପରେ ନୀରଜଙ୍କ ପ୍ରତ୍ୟକ୍ଷ ମନ୍ତବ୍ୟ ପରେ ଦଳରେ ଅଶୋକ ଚୌଧୁରୀଙ୍କ ବିରୋଧରେ ଏକ ଗୋଷ୍ଠୀ ଗଠିତ ହୋଇଛି। ଏହି ଟୁଇଟ୍ ଜେଡିୟୁରେ ଆଲୋଡ଼ନ ସୃଷ୍ଟି କରିଛି। ଜେଡିୟୁରେ ପୁଣି ଥରେ ଏକ ବିଭାଜନ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି।

    ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ନୀତୀଶ କୁମାରଙ୍କୁ ବୟସ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ଯଦିଓ ଚୌଧୁରୀଙ୍କ ପୋଷ୍ଟରେ ନୀତୀଶ କୁମାରଙ୍କ ବିଷୟରେ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଚୌଧୁରୀଙ୍କ ସମାଲୋଚକମାନେ ଏହାକୁ ନୀତୀଶ କୁମାରଙ୍କ ସହ ଯୋଡିଛନ୍ତି।

    ସୂଚନା ଅନୁଯାୟୀ, ଅଶୋକ ଚୌଧୁରୀଙ୍କ ଏହି ଟୁଇଟ୍ ପରେ ନୀତୀଶ କୁମାର ତାଙ୍କୁ ଡକାଇଛନ୍ତି। ଜେଡିୟୁ ମୁଖପାତ୍ର ନୀରଜ କୁମାର କହିଛନ୍ତି ନୀତୀଶ କୁମାରଙ୍କ ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ। ଆଜି ନୀତୀଶ କୁମାରଙ୍କ କାରଣରୁ ଜନତା ଦଳ ୟୁନାଇଟେଡ୍ ମାନ୍ୟତା ପାଇଛି। ନୀତୀଶ କୁମାରଙ୍କୁ ଯିଏ ଟାର୍ଗେଟ କରିବେ ସେ ସିଧାସଳଖ ଉତ୍ତର ପାଇବେ।

    ଆଶୋକ ଚୌଧୁରୀ ଲେଖିଛନ୍ତି, ବୃଦ୍ଧ ହେବାପରେ ସେମାନଙ୍କୁ ଛାଡିଦିଅନ୍ତୁ ଯଦି କେହି ଥରେ କିମ୍ବା ଦୁଇଥର ବୁଝାଇବା ପରେ ବୁଝୁନାହାନ୍ତି, ତେବେ ଅନ୍ୟ ଜଣକୁ ବୁଝାନ୍ତୁ।
    ଯେତେବେଳେ ପିଲାମାନେ ବଡ ହୋଇ ନିଜର ନିଷ୍ପତ୍ତି ନେବା ଆରମ୍ଭ କରନ୍ତି, ସେତେବେଳେ ସେମାନଙ୍କୁ ଛାନଇ ଦିଅନ୍ତୁ। ଅଳ୍ପ କିଛି ଲୋକଙ୍କ ସହ ଯଦି ଚିନ୍ତାଧାରା ନ ମିଶୁଛି ତେବେ ସେମାନଙ୍କୁ ଛାଡି ଦିଅନ୍ତୁ।

    ଯଦି ଏକ ନିର୍ଦ୍ଦିଷ୍ଟ ବୟସ ପରେ କେହି ଆପଣଙ୍କୁ ପଚାରନ୍ତି ନାହିଁ କିମ୍ବା ଆପଣଙ୍କ ପିଠି ପଛରେ କେହି ଆପଣଙ୍କ ବିଷୟରେ କୁହନ୍ତି, ତେବେ ଏହାକୁ ଧ୍ୟାନ ଦିଅନ୍ତୁ ନାହିଁ ଏହାକୁ ଛାଡିଦିଅନ୍ତୁ। ଏଭଳି ଏକ ଦୀର୍ଘ ଲେଖା ଚୌଧୁରୀ ଲେଖିଛନ୍ତି।

    ତେବେ ଅଶୋକ ଚୌଧୁରୀଙ୍କ ଅସନ୍ତୋଷ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ନୀରଜ କୁମାର କହିଛନ୍ତି। ନୀତୀଶ କୁମାର ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ |

    ଏହା ସହିତ ବିହାର ରାଜନୀତିରେ ଆଉ ଏକ ନୂଆ ସ୍ଥିତି ଦେଖିବାକୁ ମିଳିଛି। ପୂର୍ବତନ ଜେଡିୟୁ ନେତା ଆରସିପି ସିଂ ତେଜସ୍ୱୀ ଯାଦବଙ୍କୁ ସୁରକ୍ଷା କରିଛନ୍ତି। ଜନସୁରାଜ ଦଳର ନେତା ପ୍ରଶାନ୍ତ କିଶୋର ତେଜସ୍ୱୀ ଯାଦବଙ୍କ ଶିକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏହା ଉପରେ ଆରସିପି ସିଂ ଏକ ସାକ୍ଷାତକାରରେ କହିଛନ୍ତି ଯେ ଜନସାଧାରଣଙ୍କ ନେତା ଭାବରେ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଶିକ୍ଷାକୁ ନେଇ କାହିଁକି ପ୍ରଶ୍ନ କରାଯାଉଛି?

    ତାଙ୍କର ଏହି ମନ୍ତବ୍ୟ ଆରଜେଡ଼ି ପ୍ରତି ତାଙ୍କର ବଢୁଥିବା ଆକର୍ଷଣ ଭାବରେ ଦେଖାଯାଉଛି। ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, କିନ୍ତୁ ବର୍ତ୍ତମାନଠାରୁ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ