Thursday, November 13, 2025
22.1 C
Odisha

    ASO ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କଲେ ହାଇକୋର୍ଟ, ଡିସେମ୍ବର ୭ରେ ହେବ ସାନି ପରୀକ୍ଷା

    ଆଗକୁ ପଢନ୍ତୁ

    କଟକ : ASO ମୁଖ୍ୟ ଲିଖିତ ପରୀକ୍ଷା ବାତିଲ୍ । ଜୁଲାଇ ୧୩ରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।  ଡିସେମ୍ବର ୭ ତାରିଖରେ ସାନି ପରୀକ୍ଷା ହେବ । ଜୁଲାଇ ୧୩ରେ ହୋଇଥିବା ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ସନ୍ଦେହ କରି ହାଇକୋର୍ଟ ରେଜିଷ୍ଟ୍ରାର ଏହି ପରୀକ୍ଷାକୁ ବାତିଲ୍ କରିଛନ୍ତି । ଏଏସଓ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୭ ହଜା ର ୧୧୩ ଜଣ ପରୀକ୍ଷାର୍ଥୀ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିଲେ । କିନ୍ତୁ ପରୀକ୍ଷା ପରିଚାଳନାରେ ଏଜେନ୍ସିର କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକଟ କରିଥିଲେ ହାଇକୋର୍ଟ । ଫଳରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ମୁଖ୍ୟ ପରୀକ୍ଷାକୁ ବାତିଲ୍ କରାଯାଇଛି ।

    ଡିସେମ୍ବର ୭ରେ ହେବକୁ ଥିବା ସାନି ପରୀକ୍ଷା ଦିନ ପ୍ରଥମ ସିଟିଂରେ ଇଂରାଜୀ ବିଷୟ ରହିଛି ।  ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ହେବ । ପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ଯାଏ ରହିଛି । ସେଥିରେ ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ ପରୀକ୍ଷା ହେବ । ତୃତୀୟ ସିଟିଂରେ ଗଣିତ ପରୀକ୍ଷା ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ କରାଯିବ । ସାନି ପରୀକ୍ଷା ପାଇଁ ଆଶାୟୀ ମାନେ ନଭେମ୍ବର ୧୭ ରୁ ଡିସେମ୍ବର ୫ ତାରିଖ ମଧ୍ୟରେ ସେମାନଙ୍କର ଆଡ଼ମିଟ କାର୍ଡ ଡାଉନଲୋଡ଼ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    43 %
    1.6kmh
    0 %
    Thu
    25 °
    Fri
    25 °
    Sat
    25 °
    Sun
    26 °
    Mon
    26 °

    ସମ୍ବନ୍ଧିତ