Friday, October 2, 2026
22.9 C
Odisha

    ଆମେ ରିଲସ ଅପେକ୍ଷା କାମରେ ବିଶ୍ୱାସ କରୁ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦରେ କଂଗ୍ରେସ ଅଭିଯୋଗର ଉତ୍ତର ଦେଉ ଦେଉ ରାଗିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଉ ଏହାପରେ ବିରୋଧୀଙ୍କ ଉପରେ ବର୍ଷିଥିଲେ । ସିଧା ସିଧା କଂଗ୍ରେସକୁ ଟାର୍ଗେଟ କରିବା ସହିତ ସେ କହିଥିଲେ, ଆମେ କେବଳ ରିଲ୍ସ ବନେଇବା ଲୋକ ନୁହଁ । ଆମେ ଲୋକଙ୍କ ପାଇଁ କଠିନ ପରିଶ୍ରମ କରୁ । ତେବେ ରେଳ ଦୁର୍ଘଟଣାକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏ ନେଇ ଗୃହରେ ଉତ୍ତର ରଖୁଥିଲେ ।ଏହି ସମୟରେ ବିରୋଧୀମାନେ ହଙ୍ଗାମା କରିଥିଲେ । ଯାହାପରେ ଅଶ୍ୱିନୀ ବୈଷ୍ଣବ ବିରକ୍ତ ଅନୁଭବ କରିବା ସହିତ କହିଥିଲେ, ସେମାନଙ୍କୁ ପଚରାଯିବା ଦରକାର ଯେ, ସରକାରରେ ୫୮ ବର୍ଷ ସହିବା ପରେ ବି ଏକ କିଲୋମିଟର ବି ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ କାହିଁକି ଲଗେଇପାରିଲେନି? ଏଥିସହିତ ରେଳମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଚୁପ୍ ହେଇ ବସନ୍ତୁ । କିଛି ବି ଆପଣ କହୁଛନ୍ତି । ଯେତେବେଳେ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିଲେ, ସେତେବେଳେ ଦୁର୍ଘଟଣା ପ୍ରତିଶତ ୦.୨୪ରୁ କମି ୦.୧୯ ହେଇଯାଇଥିଲା । ହେଲେ ଆଜି ଦୁର୍ଘଟଣା ପ୍ରତିଶତ ୦.୧୯ରୁ ଖସି ୦.୦୩ ହେଇସାରିଛି । ତଥାପି ଲୋକ ଆମକୁ ଦୋଷ ଦେଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ