Friday, October 2, 2026
22.9 C
Odisha

    ମୃତ ମଧୁମିତାଙ୍କ ଘରୁ ସୁଇସାଇଡ ନୋଟ୍ ଜବତ କଲା ପୋଲିସ

    ଆଗକୁ ପଢନ୍ତୁ

    ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲା । ପୁଲିସ ହାତରେ ଲାଗିଲା ସୁଇସାଇଡ ନୋଟ୍ । ମୃତ ମଧୁମିତାଙ୍କ ଘରୁ ସୁଇସାଇଡ ନୋଟ୍ ଜବତ କରିଛି କମିସନରେଟ ପୋଲିସ । ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନାଙ୍କୁ ରିମାଣ୍ଡରେ ଘରକୁ ନେଇ ତନାଘନା ଚଳାଇଛି ପୋଲିସ । ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରାଯାଉଛି । ମଧୁମିତାଙ୍କ ଆତ୍ମହତ୍ୟା ପଛରେ ଏହି ସୁଇସାଇଡ ନୋଟ ଏକ ବଳିଷ୍ଠ ପ୍ରମାଣ ହେବ ବୋଲି ଆଶା କରାଯାଉଛି । ଗତ ୨୨ ତାରିଖ ସନ୍ଧ୍ୟା‌ରେ ବାପୁଜୀନଗର ରେଳ ଧାରଣାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧୁମିତା । ଆତ୍ମହତ୍ୟା ପୂର୍ବରୁ ସେ ଏକ ଲାଇଭ ଭିଡିଓ କରି ନିଜ ମୃତ୍ୟୁ ପାଇଁ ସ୍ୱାମୀ ଶ୍ରୀଧରଙ୍କୁ ଦାୟୀ କରିଥିଲେ। ପ୍ରେମ ବିବାହ ପରେ ଶ୍ରୀଧର ତାଙ୍କ ସହ ପ୍ରତାରଣା କରି ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କ ରଖୁଥିବା ଭିଡିଓରେ ଜଣାଇଥିଲେ। ଘଟଣା ପରେ ଶ୍ରୀଧରଙ୍କୁ ରିମାଣ୍ଡରେ ନେଇ ତଥ୍ୟ ସଂଗ୍ରହ କରୁଛି ପୁଲିସ । ଆଜି ଶ୍ରୀଧରଙ୍କୁ ମୃତ ମଧୁମିତାଙ୍କୁ ଘରକୁ ନେଇ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ