Monday, September 28, 2026
27.5 C
Odisha

    ପ୍ରଥମଥର ଏସୀୟ ଟିମ୍ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ । ପ୍ରଥମଥର ଏସୀୟ ଟିମ୍ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଛି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ । ରବିବାର ମାଲେସିଆର ଶାହ ଆଲମରେ ଖେଳାଯାଉଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ ଥାଇଲାଣ୍ଡକୁ ୩-୨ରେ ହରାଇଛି ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଛି । ପିଭି ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭଲ ପ୍ରଦର୍ଶନ ଜାରି ରଖି ଦୁଇଥର ବ୍ରୋଞ୍ଜ ପଦକ ବିଜେତା ଥାଇଲ୍ୟାଣ୍ଡକୁ ପରାସ୍ତ କରିଛି। ଇତିହାସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ଏସିଆ ଟିମ ଚମ୍ପିଆନସିପ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ଏହାପୂର୍ବରୁ କୌଣସି ପୁରୁଷ କିମ୍ବା ମହିଳା ଦଳ ଫାଇନାଲରେ ପ୍ରବେଶ କରିନାହାନ୍ତି । ସେମି ଫାଇନାଲରେ ଜାପାନକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଜାପାନକୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆର ମହିଳା ବ୍ୟାଡମିଣ୍ଟନ ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ