Monday, September 28, 2026
27.5 C
Odisha

    ଶ୍ରୀମନ୍ଦିର ଭିତର କାଠ ନିକଟରେ ଭକ୍ତ ବାନ୍ତି କରିବାରୁ ହେଲା ମହାପ୍ରଭୁଙ୍କ ମହାସ୍ନାନ

    ଆଗକୁ ପଢନ୍ତୁ

    ପୁରୀ:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଲାଗିଥିଲା। ପ୍ରାୟ ବଡ଼ଦାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ଏହି ଗହଳି ଦେଖିବାକୁ ମିଳିଥିଲା। ସେହିପରି ଶ୍ରୀମନ୍ଦିର ବାହାର ଓ ଭିତରକାଠ ନିକଟରେ ମଧ୍ୟ ଭକ୍ତମାନଙ୍କର ଜନଗହଳି ଥିଲା। ତେବେ ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ଦର୍ଶନ ସମୟରେ ଜଣେ ଭକ୍ତ ଜୟ ବିଜୟ ଦ୍ଵାର ଭିତର ପାହାଚ ନିକଟରେ ବାନ୍ତି କରି ଦେବା ଦୃଷ୍ଟିକୁ ଆସିଥିଲା। ତେଣୁ ମହାପ୍ରଭୁଙ୍କ ବଡ ମହାସ୍ନାନ କରିବାକୁ ପଡିଥିଲା। ଫଳରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିରେ ସାମାନ୍ୟ ବିଳମ୍ବ ଦେଖାଯାଇଛି। ଅନ୍ୟପଟେ ସାଧାରଣ ଦର୍ଶନ ମଧ୍ୟ କିଛି ସମୟ ପାଇଁ ବନ୍ଦ ରଖାଯାଇଥିବାରୁ ଭକ୍ତମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଛି। 1ସୂଚନା ଅନୁଯାୟୀ, ଅପରାହ୍ନ ୪ଟା ୪୦ରେ ବଡ଼ମହାସ୍ନାନ ହେଲା ପରେ ସନ୍ଧ୍ୟା ସାଢ଼େ ୫ଟାରେ ଧୁଆଧୋଇ ହୋଇ ଚୁନପାଣି ପଡ଼ିଥିଲା। ୫ଟା ୪୫ରେ ମଇଲମ, ୬ଟା ୧୦ରେ ସିଂହାସନ ଧୁଆ, ୬ଟା ୨୦ରୁ ୬ଟା ୩୦ ପର୍ୟ୍ୟନ୍ତ ମହାସ୍ନାନ ପୂଜା କରାଯିବା ପରେ ୨ୟ ଭୋଗମଣ୍ଡପ ଉଠିଥିଲା। ଏବଂ ଏହି ଅଘଟଣ ପାଇଁ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ