Friday, September 25, 2026
24.2 C
Odisha

    ବଦ୍ରିନାଥ ମନ୍ଦିରରେ କାହିଁକି ବାଜେନାହିଁ ଶଙ୍ଖ

    ଆଗକୁ ପଢନ୍ତୁ

    ଚାରି ଧାମ ମଧ୍ୟରୁ ଅନ୍ୟତମ ବଦ୍ରିନାଥ ମନ୍ଦିରର ବିଶେଷ ମହତ୍ତ୍ୱ ରହିଛି। ମନ୍ଦିର ଏପରି ଏକ ସ୍ଥାନ ଯେଉଁଠି ଘଣ୍ଟି ଘଣ୍ଟାର ଧ୍ବନି ଗୁଞ୍ଜରିତ ହୋଇଥାଏ। ବଦ୍ରିନାଥ ମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଏଠାରେ ଶଙ୍ଖ ଫୁଙ୍କାଯାଏ ନାହିଁ। ଏଠାରେ ଆଳତି ହୁଏ ସତ, କିନ୍ତୁ ଶଙ୍ଖ ବାଜେ ନାହିଁ। ତେବେ ଏହା ପଛରେ ବୈଜ୍ଞାନିକ କାରଣ ଓ ପୌରାଣିକ କାହାଣୀ ରହିଛି। ବୈଜ୍ଞାନିକ ମାନ୍ୟତା ଅନୁସାରେ, ଶୀତଦିନେ ଏଠାରେ ଚାରିଆଡ଼େ ତୁଷାରପାତ ହୋଇଥାଏ। ଏହି ସମୟରେ ଯଦି ଶଙ୍ଖନାଦ ହୁଏ, ଏହାର ଧ୍ବନି ପାହାଡ଼ ସହିତ ମାଡ଼ ହୋଇ ଏହା ପ୍ରତିଧ୍ବନି ସୃଷ୍ଟି କରିଥାଏ। ଏହାଦ୍ବାରା ବରଫରେ ଫାଟ ସୃଷ୍ଟି ହୋଇ ହିମଝଡ଼ ହେବାର ଆଶଙ୍କା ଥାଏ। ଏଥିସହିତ ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିର ଶବ୍ଦ ପରିବେଶକୁ କ୍ଷତି ପହଞ୍ଚାଏ। ଯେତେବେଳେ ଏହା ଘଟେ, ପର୍ବତରେ ଭୂସ୍ଖଳନ ହେବାର ଆଶଙ୍କା ବଢ଼ିଯାଏ । ଏପରି ପରିସ୍ଥିତିରେ ବୋଧହୁଏ ବଦ୍ରିନାଥ ଧାମରେ ଶଙ୍ଖ ଧ୍ବନି କରାଯାଏ ନାହିଁ । ଅନ୍ୟପକ୍ଷରେ ପୌରାଣିକ କଥା ଅନୁସାରେ, ହିମାଳୟ କ୍ଷେତ୍ରରେ ଅସୁରଙ୍କ ଆତଙ୍କ ଥିଲା। ଅସୁରମାନଙ୍କ ଦ୍ବାରା ଭୟଭୀତ ହୋଇ ଋଷି ମୁନି ନିଜ ଆଶ୍ରମରେ ପୂଜାର୍ଚ୍ଚନା କରିପାରୁ ନ ଥିଲେ। ଥରେ ମା’ ଲକ୍ଷ୍ମୀ ସେଠାରେ ଥିବା ‘ତୁଳସୀ ଭବନ’ରେ ଧ୍ୟାନ କରୁଥିଲେ। ଏହି ସମୟରେ ଶଙ୍ଖଚୂର୍ଣ୍ଣ ନାମକ ରାକ୍ଷସର ଭଗବାନ ବିଷ୍ଣୁ ବଧ କରିଥିଲେ। ସାଧାରଣତଃ ଯୁଦ୍ଧ ଶେଷ ହେବା ପରେ ଶଙ୍ଖନାଦ କରାଯାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କ ଧ୍ୟାନ ଭଗ୍ନ ହୋଇଯିବ ଜାଣି, ଭଗବାନ ବିଷ୍ଣୁ ଶଙ୍ଖନାଦ କରି ନଥିଲେ। ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖନାଦ କରାଯାଏ ନାହିଁ। ସେହିଭଳି ଆଉ ଏକ ପୌରାଣିକ କାହାଣୀ ଅନୁସାରେ, ଅଗସ୍ତ୍ୟ ଋଷି କେଦାରନାଥରେ ରାକ୍ଷସମାନଙ୍କର ବଧ କରୁଥିଲେ। ସେଠାରୁ ଅତାପି ଓ ବତାପି ନାମକ ଦୁଇ ଜଣ ରାକ୍ଷସ ଦୌଡ଼ି ପଳାଇଲେ। ଅତାପି ନିଜ ଜୀବନ ରକ୍ଷା ପାଇଁ ମନ୍ଦାକିନୀ ନଦୀର ସାହାଯ୍ୟ ନେଇଥିଲା। ଅନ୍ୟପକ୍ଷରେ ବତାପି ଶଙ୍ଖର ସାହାଯ୍ୟ ନେଇଥିଲେ। ସେ ଶଙ୍ଖ ମଧ୍ୟରେ ଲୁଚି ଯାଇଥିଲା। ଯଦି କେହି ଶଙ୍ଖ ବଜାଇ ଥାନ୍ତେ ରାକ୍ଷସ ସେଠାରୁ ଖସି ପଳାଇଥାନ୍ତା। ଖାସ୍‌ ସେଥିପାଇଁ ବଦ୍ରିନାଥରେ କେହି ଶଙ୍ଖ ବଜାନ୍ତି ନାହିଁ ବୋଲି କୁହାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    96 %
    5.6kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ