Tuesday, March 31, 2026
26.8 C
Odisha

    ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍‌ ଆଶ୍ବସ୍ତି । ମଦ ଦୁର୍ନୀତି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରୁ ମିଳିଲା ଅନ୍ତରୀଣ ଜାମିନ

    ଆଗକୁ ପଢନ୍ତୁ

    ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଅନ୍ତରୀଣ ଜାମିନ । ଇଡି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆପ୍ ନେତା । ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆପ୍ ସୁପ୍ରିମୋଙ୍କୁ ୯୦ ଦିନ ଜେଲ୍ ଦଣ୍ଡ ଭୋଗିସାରିଛନ୍ତି । ତେବେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିବାରୁ କେଜ୍ରିୱାଲ ଏବେ ତିହାର ଜେଲରେ ରହିବେ । କୋର୍ଟ କହିଛନ୍ତି, କେଜ୍ରିଓ୍ବାଲ ଜଣେ ନିର୍ବାଚିତ ନେତା । ତାଙ୍କୁ ପଦ ଛାଡିବାକୁ କେବେ ନିର୍ଦ୍ଦେଶ ଦେଇହେବ ନାହିଁ  । ସେ ଜଣେ ନିର୍ବାଚିତ ନେତା ହିସାବରେ ଏପରି ସ୍ଥିତିରେ ନିଜେ କେଉଁ ଭୂମିକାରେ ରହିବାକୁ ଚାହିଁବେ ତାହା ତାଙ୍କ ଉପରେ ନିର୍ଭର କରେ।

    ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ କେବଳ ପଚରାଉଚରା କରିବା ପାଇଁ ଗିରଫ କରିବା ଗୋଟିଏ ଆଧାର ହୋଇପାରିବ ନାହିଁ । କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ମାମଲାକୁ ସୁପ୍ରିମକୋର୍ଟ ବୃହତ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ଏବେ ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ। ଏହି ମାମଲାରେ ପ୍ରଧାନ ବିଚାରପତି ୩ ଜଣ ବିଚାରପତିଙ୍କୁ ନିଯୁକ୍ତି ଦେବେ। ବୃହତ ଖଣ୍ଡପୀଠରେ ମାମଲାର ଶୁଣାଣି ନ ହେବା ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । କେଜ୍ରିଓ୍ଵାଲଙ୍କ ଓକିଲ ବିବେକ ଜୈନ କହିଛନ୍ତି ଯେ ସିବିଆଇ ମାମଲାର ଶୁଣାଣି ଜୁଲାଇ ୧୮ରେ ଦିଲ୍ଲୀ ହାଇକୋର୍ଟରେ ହେବ । ଏହି ମାମଲାର ରାୟ ଆସିବା ପରେ ହିଁ ଜଣାପଡ଼ିବ କେଜ୍ରିୱାଲ୍ ବାହାରକୁ ଆସିବେ କି ନାହିଁ । ତେବେ କେଜ୍ରିଓ୍ଵାଲ ଜେଲରୁ ବାହାରିବାର ସମ୍ଭାବନା ଅଧିକ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ