Wednesday, September 10, 2025
23.7 C
Odisha

    ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

    ଆଗକୁ ପଢନ୍ତୁ

    ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି । ଚୈତ୍ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୁଏ । ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି । ଏହା ମହାପ୍ରଭୁଙ୍କ ଏକ ଗୁପ୍ତନୀତି ହୋଇଥିବାରୁ ପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯାଏ । ଏହି ନୀତି ପାଇଁ ଜୟା ବିଜୟ ଦ୍ୱାର ବନ୍ଦ ରହିବା ସହ ଦ୍ୱିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ମୁଖ ଶୃଙ୍ଗାର କରିଥାନ୍ତି ।
    ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ ,ହରିତାଳ ,କସ୍ତୁରୀ ଇତ୍ୟାଦି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଏ । ଆଜି ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ବନ୍ଦ ରହିଥିବାରୁ ଏହି ୪ ଘଣ୍ଟା ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    91 %
    0.7kmh
    99 %
    Wed
    32 °
    Thu
    31 °
    Fri
    31 °
    Sat
    30 °
    Sun
    32 °

    ସମ୍ବନ୍ଧିତ