Thursday, October 15, 2026
23.2 C
Odisha

    ବଣ୍ଡାଘାଟିରେ ବଣ୍ଡା ଜନଜାତି ଏବେ ଗୁଣିଆ ଡିଶାରି ଭୁଲି ମେଡିକାଲ ମୁହାଁ

    ଆଗକୁ ପଢନ୍ତୁ

    ମାଲକାନଗିରି: ଡାକ୍ତର ହେବ ତ ଏମିତି। ଯେଉଁ ବଣ୍ଡାଘାଟିରେ ସ୍ଥାୟୀ ଭାବେ କୌଣସି ଏମବିବିଏସ ଡାକ୍ତର ରହିବାକୁ ଇଛା କରନ୍ତି ନାହିଁ, ସେଠାରେ ବଣ୍ଡାଙ୍କ ସ୍ବାସ୍ଥ୍ୟ ସେବାର ଚିତ୍ର ବଦଳାଇବା ପାଇଁ ପଣ କରିଥିଲେ ଡାକ୍ତର ଚମ୍ପେଶ୍ବର ପାଣିଗ୍ରାହୀ। ବଣ୍ଡାଘାଟିରେ ନିଯୁକ୍ତି ପରେ ଶୋଚନୀୟ ଥିବା ବଣ୍ଡାଘାଟିର ସ୍ବାସ୍ଥ୍ୟ କେନ୍ଦ୍ରକୁ ଚକାଚକ୍ ଓ ସୁବ୍ୟବସ୍ଥା କରିବା ସହ ବଣ୍ଡା ଜନଜାତିଙ୍କୁ ଡିଶାରି ଓ ଗୁଣିଆ ମୁହାଁରୁ ନିବୃତ କରିଛନ୍ତି। ଏଥିରେ ତାଂକୁ ସହଯୋଗ କରିଛନ୍ତି ତାଂକର ଏମବିଏ ପଢୁଆ ପତ୍ନୀ ଅନୁଜା ମିଶ୍ର। ଚମ୍ପେଶ୍ବର ଏବେ ବଣ୍ଡାଘାଟିର ଦ୍ବିତୀୟ ଭଗବାନ। ମାଲକାନଗିରି ଜିଲ୍ଲାର ବଣ୍ଡଜାଘାଟିରେ ରହିଛି ସ୍ବାସ୍ଥ୍ୟ କେନ୍ଦ୍ର। ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ଅତି ଶୋଚନୀୟ ହୋଇପଡିଥିଲା। ଗତ ଦୁଇ ବର୍ଷ ତଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଭଙ୍ଗା ଦଦରା ଅପରିଷ୍କାର ଭାବେ ପଡି ରହିଥିଲା। ପୂର୍ବରୁ କୌଣସି ଏମବିବିଏସ ଡାକ୍ତର ଏଠି ସ୍ଥାୟୀ ଭାବେ ଆସିବାକୁ ରାଜି ନଥିବା ବେଳେ ବାଧ୍ୟବାଧକତାରେ କୁଣିଆ ପରି ଆସି କିଛି ଘଣ୍ଟା ଚିକିତ୍ସା ଦେଇ ଚାଲିଯାଉଥିଲେ। ଏବେ ସ୍ବାସ୍ଥ୍ୟ କେନ୍ଦ୍ରର ବାହାରେ ଫୁଲ ବଗିଚା, ଭିତରେ ପରିପଛନ୍ନତା ସହ ଘରୋଇ ମେଡିକାଲ ପରି ସୁବ୍ୟବସ୍ଥା ଦେଖିବାକୁ ମିଳୁଛି।କିନ୍ତୁ ଏହାରି ଭିତରେ ଡାକ୍ତର ଚମ୍ପେଶ୍ବର ମନ ବଳାଇଲେ ଯେ ସମସ୍ତେ ତ ସହରର ରହି ଚିକିତ୍ସା ଯୋଗାଇ ଆସୁଛନ୍ତି, କିନ୍ତୁ ଉପାନ୍ତ ବଣ୍ଡାଘାଟିରେ ଉତ୍ତମ ସେବା ଯୋଗାଇବା ପାଇଁ ପଣ କଲେ।
    ପ୍ରଥମେ ନିଯୁକ୍ତି ପରେ ଦେଖିଥିଲେ ବଣ୍ଡା ଜନଜାତି ଲୋକେ ଚିକିତ୍ସାଳୟ ନଆସି ଗୁଣିଆ ଓ ଡିଶାରି ପାଖକୁ ଯିବା ସହ ଗୁରୁତର ହୋଇ ମାଲକାନଗିରି ଓ ଖଇରପୁଟ ଡାକ୍ତରଖାନାରେ ଯାଇ ଭର୍ତ୍ତି ହେଉଛନ୍ତି। ତେଣୁ ସେ ପ୍ରଥମେ ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସଚେତନ କରାଇ ମେଡିକାଲ ମୁହାଁ କଲେ। ଏହାସହ ଚିକିତ୍ସାଳୟର ଚିତ୍ର ବଦଳାଇ ସହରରେ ଥିବା ଚିକିତ୍ସାଳୟ ପରି ସବୁ ବ୍ୟବସ୍ଥା କରାଇଲେ। ସମସ୍ତ ଷ୍ଟାଫକୁ ନିଜ ନିଜ ଦାୟୀତ୍ବ କିଭଳି ତୁଲାଇବେ ତାହା କରିବା ପାଇଁ ପରାମର୍ଶ ଦେଲେ। ଏହାରି ଭିତରେ ପ୍ରତ୍ୟେକ ଦିନ ହାରାହାରୀ ୩୫ରୁ ୪୦ ରୋଗୀ ଆସି ଚିକିତ୍ସା ସେବା ପାଇଁ ଯାଉଛନ୍ତି। ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ।ମୋବାଇଲ ସେବା ଠିକ ଭାବେ ନାହିଁ। ତାହାସତ୍ବେ ମଧ୍ୟ ବଣ୍ଡା ଜନଜାତିଙ୍କୁ ଅନବରତ ସେବା କରିବା ସହ ଆଗାମୀ ଦିନରେ ଗୁଣିଆ ଡିଶାରିକୁ ଭରସା ନକରିବେ ସେନେଇ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ଡାକ୍ତର ଓ ଚିକିତ୍ସା ସେବା ପାଇଁ ବେଶ ଖୁଶି ବଣ୍ଡାଘାଟିର ବଣ୍ଡା ଜନଜାତି।

    ରାତି ହେଉବା ଦିନ ୨୪ ଇଣ୍ଟୁ ୭ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ଚମ୍ପେଶ୍ବର। ଗର୍ଭବତୀଙ୍କ ଡେଲିଭେରି ହେଉ ବା ଅନ୍ୟ ଛୋଟ ବଡ ରୋଗ ପାଇଁ ଆଉ ଯିବାକୁ ପଡୁ ନାହିଁ ମାଲକାନଗିରି। ଆଉ ଏଥିରେ ସହଯୋଗ କରୁଛନ୍ତି ତାଂକର ଧର୍ମପତ୍ନୀ ଅନୁଜା ମିଶ୍ର। ଏମବିଏ ପାସ କରିବା ପରେ ଭଲ କମ୍ପାନିରେ ଭଲ ଅର୍ଥରେ ଚାକିରି କରିପାରିଥାନ୍ତେ।କିନ୍ତୁ ତାହା ଛାଡି ଏବେ ସ୍ବାମୀଙ୍କ ପଥରେ ଅନୁପ୍ରାଣିତ। ଉପାନ୍ତ ଇଲାକାରେ ସ୍ଥାୟୀ ଭାବେ ରହି ଖାଲି ସମୟରେ ଗାଁ ଗାଁ ବୁଲି ମହିଳାମାନଙ୍କ ସହ ଆଲୋଚନା କରି ସେମାନେ କିପରି ଚିକିତ୍ସାଳୟକୁ ଯିବେ ସେନେଇ ସଚେତନ କରାଇବା ସହ ଅନ୍ୟ ସମସ୍ୟାର ସମାଧାନ କରୁଛନ୍ତି। ଏଥିରୁ ସେ ବେଶ ଖୁସିରେ ମଧ୍ୟ ଅଛନ୍ତି। ଚମ୍ପେଶ୍ବରଙ୍କରଏହି ସେବା ବଣ୍ଡା ଜନଜାତିଙ୍କ ପାଇଁ କୌଣସି ଭଗବାନଙ୍କ ଠାରୁ କମ୍ ନୁହନ୍ତି। ଚମ୍ପେଶ୍ବରଙ୍କର ଏହି ସେବା ଆଗାମୀ ଦିନରେ ଅନେକ ଡାକ୍ତରଙ୍କୁ ଅନୁପ୍ରାଣିତ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ