ରାଓ୍ବଲପିଣ୍ଡି : ରାଓ୍ବଲପିଣ୍ଡିଠାରେ ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ୬ଷ୍ଠ ମ୍ୟାଚ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୨୩୭ ରନର ଲକ୍ଷ୍ୟ ରଖିଛି ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଦୁଇ ଓପନର ତାଞ୍ଜିତ ହାସନ ଓ ନଜମୁଲ ହୁସେନ ସାଣ୍ଟୋ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରି ଏକ ଭଲ ମୂଳଦୁଆ ପକାଇଥିଲେ । ତେବେ ହାସାନ ୨୪ ରନ କରି ଆଉଟ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୧୧୮ ରନରେ ୫ଟି ଓ୍ବିକେଟ ହରାଇଥିଲା । ତେବେ ସାଣ୍ଟୋ ଓ ଜାକର ଅଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ସାଣ୍ଟୋ ୭୭ ରନ ଓ ଜାକର ୪୫ ରନ କରିଥିଲେ । ସେହିପରି ରସିଦ ହୁସେନ ୨୬ ରନ କରିଥିଲେ । ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୩୬ ରନ କରିଥିଲା ।
ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସଓ୍ବେଲ ୪ଟି, ଓ୍ବିଲିୟମ ଓରୁରକି ୨ଟି ତଥା କାଇଲ ଜେମିସନ ଓ ମାଟ ହେନେରି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।