Saturday, August 1, 2026
25.9 C
Odisha

    Bank Manager : ଗ୍ରାହକଙ୍କ ଆକାଉଣ୍ଟରୁ ୮୪ ଲକ୍ଷ ଟଙ୍କା ଲୁଟ, ବ୍ୟାଙ୍କ ରିଲେସନସିପ ମ୍ୟାନେଜର ଗିରଫ

    ଆଗକୁ ପଢନ୍ତୁ

    ଅନୁଗୋଳ : ନିଜ ପଦବୀର ଅପବ୍ୟବହାର କରି ୨ ଗ୍ରାହକଙ୍କ ଆକାଉଣ୍ଟରୁ ୮୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଏଭଳି ଜଣେ ବ୍ୟାଙ୍କ ରିଲେସନସିପ ମ୍ୟାନେଜରଙ୍କୁ ଗିରଫ କରିଛି ଅନୁଗୋଳ ସାଇବର ଥାନା ପୁଲିସ । ଗିରଫ ବ୍ୟାଙ୍କ ଅଧିକାରୀ ଜଣଙ୍କ ହେଲେ ତାଳଚେର ICICI ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଅଭିମନ୍ୟୁ ସାହୁ ।

    ୨୯ ବର୍ଷୀୟ ଅଭିମନ୍ୟୁଙ୍କ ଘର ଅନୁଗୋଳ ଖମାର ଥାନା ଅଧୀନସ୍ଥ ଛାଞ୍ଚୁଣିଆ ଗାଁରେ । ଜୁଲାଇ ୨୯ ତାରିଖରେ ICICI ବ୍ୟାଙ୍କ ପକ୍ଷରୁ ମାମଲା ଦାୟର ହେବାପରେ ଆଜି ଅନୁଗୋଳ ସାଇବର ଥାନା ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ପୁଲିସ ୩ ଟି ଦାମୀ ମୋବାଇଲ ଫୋନ ସହ ଏକ ICICI ବ୍ୟାଙ୍କ ପାସବୁକ, ୫ ଟି ATM କାର୍ଡ ଜବତ୍ କରିଛି ।

    ପୁଲିସ ସୂଚନା ମୁତାବକ, ତାଳଚେର ICICI ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଥିବା ଅଭିମନ୍ୟୁ ନିଜ ପଦବୀର ଅପବ୍ୟବହାର କରି ବ୍ୟାଙ୍କର ୨ ଜଣ ଗ୍ରାହକ ମହେଶ୍ବର ସୁଣ୍ଢି ଓ ଜମ୍ବି ସୁଣ୍ଢିଙ୍କ ପଞ୍ଜୀକୃତ ମୋବାଇଲ ନମ୍ବର ବଦଳାଇ ନିଜ ନିୟନ୍ତ୍ରଣରେ ଥିବା ଦୁଇଟି ମୋବାଇଲ ନମ୍ୱର ଯୋଡ଼ି ଦେଇଥିଲେ ।

    ଏପରିକି ଗ୍ରାହକଙ୍କ ଅଜାଣତରେ ସେମାନଙ୍କ ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ଆକ୍ଟିଭେଟ କରାଇ ସେମାନଙ୍କର ୭ ଟି ଫିକ୍ସଡ ଡିପୋଜିଟ୍ ଓ ସେଭିଂ ଆକାଉଣ୍ଟର ଅର୍ଥ ଅନ୍ୟତ୍ର ଟ୍ରାନସଫର କରି ଚଳୁ କରିଦେଇଥିଲେ । ଏପରିକି ଏହି ଜଣେ ଗ୍ରାହକଙ୍କ ଅଜାଣତରେ ତାଙ୍କ ନାମରେ ପରସନାଲ୍ ଲୋନ୍ ମଧ୍ୟ ଉଠାଇଛନ୍ତି ।

    ୨୦୨୪ ମାର୍ଚ୍ଚରୁ ୨୦୨୫ ଅକ୍ଟୋବର ମାସ ମଧ୍ୟରେ ଏଭଳି ଭାବେ ଅଭିମନ୍ୟୁ ଏହି ଦୁଇ ଗ୍ରାହକଙ୍କ ଆକାଉଣ୍ଟରୁ ପ୍ରାୟ ୮୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ICICI ବ୍ୟାଙ୍କ ପକ୍ଷରୁ ଜୁଲାଇ ୨୯ ତାରିଖରେ ୨ ଜଣ ଗ୍ରାହକଙ୍କ ଆକାଉଣ୍ଟର ଅର୍ଥ ହେରଫେର ହୋଇଥିବା ନେଇ ଏତଲା ହେବାପରେ ସାଇବର ଥାନା ପୁଲିସ ଏହାକୁ ଗୁରୁତର ସହ ନେଇ ବ୍ୟାଙ୍କ ତଥ୍ୟର ବିଶ୍ଳେଷଣ, ଡିଜିଟାଲ ପ୍ରମାଣ ଓ ମୋବାଇଲ ତଥ୍ୟ ଆଧାରରେ ଅଭିଯୁକ୍ତ ଅଭିମନ୍ୟୁଙ୍କୁ ଧରିବାରେ ସଫଳ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    89 %
    1.6kmh
    100 %
    Sat
    26 °
    Sun
    31 °
    Mon
    32 °
    Tue
    30 °
    Wed
    30 °

    ସମ୍ବନ୍ଧିତ