Monday, May 6, 2024
42.9 C
Odisha

    ବିଜେଡ଼ିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଓ ବିକାଶମୂଳକ କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କର ୨୦୦୦ ମସିହାରେ ଯେଉଁ ଆସ୍ଥା ଓ ବିଶ୍ୱାସ ଥିଲା ତାହା ଏବେ ଆହୁରି ବଢି ଚାଲିଛି।ଯେଉଁଥିପାଇଁ ବିଭିନ୍ନ ଦଳ ଛାଡ଼ି ବିଜେଡ଼ି ମୁହାଁ ହେଉଛନ୍ତି ନେତା। ଏହି କ୍ରମରେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର। ଭୁବନେଶ୍ବର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର ବିଜେଡିରେ ଯୋଗଦେଇଛନ୍ତି। ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ୪ ବିଜେପି କର୍ପୋରେଟରଙ୍କୁ ବିଜୁ ଜନତା ଦଳକୁ ସ୍ବାଗତ କରିଛନ୍ତି। ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଉପସ୍ଥିତ ରହିଥିଲେ। ଆଜି ବିଜେଡିରେ ଯୋଗଦେଇଥିବା ୱାର୍ଡ ନମ୍ବର ୨୦ର କର୍ପୋରେଟର ଥିବା ରଞ୍ଜିତା ବେହେରା ୧୫ ବର୍ଷ ପରେ ବିଜେପି ଛାଡି ବିଜେଡିର ମିଶିଛନ୍ତି । ସେହିପରି ୱାର୍ଡ ନମ୍ବର ୨୧ର କର୍ପୋରେଟର ଡି. କରୁଣାକର ୨୫ ବର୍ଷ ଧରି କାମ କରିବା ପରେ ଅଣଦେଖା ଯୋଗୁଁ ବିଜେଡିର ମିଶିଛନ୍ତି । ପ୍ରଦୀପ ଶତପଥୀ ୱାର୍ଡ ନମ୍ବର ୨୨ର କର୍ପୋରେଟର ଥିବାବଳେ ୧୫ ବର୍ଷ ଧରି ବିଜେପିରେ କାମ କରିଆସୁଥିଲେ । କିନ୍ତୁ ବିଜେପିରେ ଅବହେଳିତ ହେବାରୁ ଆଜି ଶଙ୍ଖ ଧରିଛନ୍ତି । ସେହିପରି ଅନ୍ୟତମ କର୍ପୋରେଟର ନୀଳକଣ୍ଠ ସାହୁ ମଧ୍ୟ ୨୫ ବର୍ଷ ପରେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    42.9 ° C
    42.9 °
    42.9 °
    13 %
    5.1kmh
    99 %
    Mon
    43 °
    Tue
    41 °
    Wed
    41 °
    Thu
    41 °
    Fri
    40 °

    ସମ୍ବନ୍ଧିତ