Tuesday, September 8, 2026
29.8 C
Odisha

    ନୂଆ ରୂପ ପାଇବ ବାରବାଟୀ; ୨୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ: ବାରବାଟୀ ଷ୍ଟାଡିୟମ ନୂଆ ରୂପ ନେବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ରାଜ୍ୟର ଏକମାତ୍ର ଏହି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ନବକଳେବର ନିମନ୍ତେ ଆସନ୍ତା ୨୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହାଛଡ଼ା ୪୨ଟି ନୂତନ କ୍ରିକେଟ ଏକାଡେମୀ ମଧ୍ୟ ସେହିଦିନ ଉଦ୍‌ଘାଟିତ ହେବ ବୋଲି ସୂଚନା ମିଳିଛି। ବାରବାଟୀ ଷ୍ଟାଡିୟମକୁ ନୂଆ ରୂପ ଦେବା ନିମନ୍ତେ ଉଦ୍ୟମ କରାଯାଉଛି। ଓସିଏର ଗତ ବାର୍ଷିକ ସାଧାରଣ ବୈଠକରେ ଏ ବାବଦରେ ଘୋଷଣା କରାଯାଇଥିଲା। ୭୦ବର୍ଷର ପୁରୁଣା ବାରବାଟୀ ଷ୍ଟାଡିୟମର ନବକଳେବର ନିମନ୍ତେ ଆବଶ୍ୟକ ପଡ଼ିଲେ ବିଭିନ୍ନ ଗ୍ୟାଲେରୀକୁ ଭଙ୍ଗା ଯିବ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ