Saturday, May 11, 2024
30.9 C
Odisha

    ଜୁନ୍‌ ୨୨ରେ ସ୍ନାନଯାତ୍ରା, ଜୁଲାଇ ୧୭ରେ ସୁନାବେଶ

    ଆଗକୁ ପଢନ୍ତୁ

    ପୁରୀ: ଆସନ୍ତା ଜୁନ୍‌ ୨୨ ତାରିଖରେ ସ୍ନାନଯାତ୍ରା । ମହାପ୍ରଭୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଜ୍ୱରରେ ପଡିବେ । ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତବର୍ଷ ଏହି ରଥଯାତ୍ରା ଦିନ ହିଁ ମହାପ୍ରଭୁଙ୍କର ନେତ୍ରୋତ୍ସବ ଓ ଉଭାଯାତ୍ରା ପଡିଛି। ସେହିପରି ଜୁଲାଇ ୧୫ରେ ହେବ ବାହୁଡା ଯାତ୍ରା । ପ୍ରାୟ ପ୍ରତିବର୍ଷ ବାହୁଡ଼ା ପରଦିନ ରଥ ଉପରେ ଠାକୁରଙ୍କର ଅତ୍ୟନ୍ତ ମନୋମୁଗ୍ଧକର ସୁନାବେଶ ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତବର୍ଷ ଏଥିରେ ବି ବ୍ୟତିକ୍ରମ ଘଟିଛି। ଅର୍ଥାତ୍‌ ସିଂହଦ୍ୱାର ସମ୍ମୁଖରେ ବାହୁଡ଼ା ପରଦିନ ଠାକୁରଙ୍କର ସୁନାବେଶ ହେବ ନାହିଁ । ଦୁଇଦିନ ପରେ ଅର୍ଥାତ୍‌ ଜୁଲାଇ ୧୭ ତାରିଖରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ । ସେହିପରି ନଭେମ୍ବର ୧୨ରୁ ଆରମ୍ଭ ହେବ ପଞ୍ଚୁକ । ଏଥର ୪ ଦିନ ପଡୁଛି ପଞ୍ଚକ। ଏମିତି ୨୦୨୪-୨୫ ବର୍ଷର ର୍ପପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ କରିବା ସହ ତିଥି, ବାର ଓ ତାରିଖ ଉପରେ ମୋହର ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରର ଏହି ପର୍ବପର୍ବାଣି ଓ ଯାନିଯାତ୍ରାର ତିଥି, ବାର ଓ ତାରିଖକୁ ସାର୍ବଜନୀନ କରିବା ଲାଗି ଶ୍ରୀମନ୍ଦିର ୱେବ୍‌ସାଇଟ୍‌ରେ ଅପ୍‌ଲୋଡ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.9 ° C
    30.9 °
    30.9 °
    45 %
    2.2kmh
    11 %
    Sat
    30 °
    Sun
    41 °
    Mon
    40 °
    Tue
    37 °
    Wed
    40 °

    ସମ୍ବନ୍ଧିତ