Wednesday, October 7, 2026
22.1 C
Odisha

    ରାଜଧାନୀ : ଦିନ ସାଢେ ୨ଟା ସୁଦ୍ଧା ତାପମାତ୍ରା ଛୁଇଁଲା ୪୩.୬ ଡିଗ୍ରୀ

    ଆଗକୁ ପଢନ୍ତୁ

    ତାତିରେ ସିଝୁଛି ରାଜଧାନୀ । ଦିନ ସାଢେ ଦୁଇଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ କମ୍ବା ତାଠାରୁ ଅଧିକ ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିପାରେ ।ଅନ୍ୟପଟେ ଆଜି ଦିନ ସାଢେ ଦୁଇଟା ସୁଦ୍ଧା, ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଝାରସୁଗୁଡାର ତାପମାତ୍ରା ୪୨.୬ ଡିଗ୍ରୀ, ବାଲେଶ୍ୱରର ୪୨.୨ ଡିଗ୍ରୀ, ସମ୍ବଲପୁରର ୪୧.୭ ଡିଗ୍ରୀ, ହୀରାକୁଦ ୪୧.୪ ଡିଗ୍ରୀ, ଚାନ୍ଦବାଲି ୪୧.୨ ଡିଗ୍ରୀ, କେନ୍ଦୁଝର ୪୦.୯ ଡିଗ୍ରୀ ଏବଂ ରାଉରକେଲା ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ତେବେ ପ୍ରବଳ ଖରା ପାଇଁ ଖୋର୍ଦ୍ଧା, କଟକ, ନୟାଗଡ, ମୟୂରଭଞ୍ଜ, ଅନୁଗୁଳ ଏବଂ ନୂଆପଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତା ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଏବଂ ଗଞ୍ଜାମ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ କେନ୍ଦୁଝର, କନ୍ଧମାଳ, କୋରାପୁଟ, ମାଲକାନଗିରି, ବୌଦ୍ଧ, ଗଜପତି ଓ ବରଗଡ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ