Tuesday, April 7, 2026
26.1 C
Odisha

    ବଜାରରେ ଚାଇନିଜ୍ ରସୁଣ: ଏପରି କରନ୍ତୁ ଯାଞ୍ଚ୍…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ-ନେପାଳ ସୀମାରେ କଷ୍ଟମ ବିଭାଗ ୧୬ ଟନ୍ ନିକଲି ଚାଇନିଜ୍ ରସୁଣ ଜବତ କରିଛି। ଏହି ରସୁଣ ମଧ୍ୟରୁ ୧୪୦୦ କ୍ୱିଣ୍ଟାଲ ଲ୍ୟାବ ପରୀକ୍ଷାରେ ବିଫଳ ହେବାପରେ ସେସବୁକୁ ନଷ୍ଟ କରାଯାଇଛି। ସୂଚନାନୁସାରେ, ଚୀନ୍‌ରୁ ରସୁଣକୁ ଚୋରା ଚାଲାଣ ମାଧ୍ୟମରେ ଭାରତ ଅଣାଯାଉଥିଲା। ଚଳିତ ବର୍ଷ ଭାରତରେ ରସୁଣର କମ୍ ଉତ୍ପାଦନ ଯୋଗୁ ଭାରତୀୟ ବଜାରରେ ରସୁଣର ମୂଲ୍ୟ କିଲୋଗ୍ରାମ ପିଛା ୩୬୦ ରୁ ୫୦୦ ଟଙ୍କାରେ ପହଞ୍ଚିଛି।

    ରସୁଣର ମୂଲ୍ୟ ବୃଦ୍ଧି ହେବାର ସୁଯୋଗ ନେଇ ଚୋରା ଚାଲାଣକାରୀମାନେ ବଜାରରେ ନକଲି ଚାଇନିଜ୍ ରସୁଣ ବିକ୍ରି କରୁଛନ୍ତି। ନକଲି ଚାଇନିଜ୍ ରସୁଣର ମୂଲ୍ୟ ପ୍ରକୃତ ରସୁଣ ତୁଳନାରେ ବହୁତ କମ୍, ଏହା କିଲୋଗ୍ରାମ ପ୍ରତି ୧୦୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ କ୍ଷତିକାରକ। ଏହା କର୍କଟ ରୋଗ ମଧ୍ୟ ସୃଷ୍ଟି କରିପାରେ।

    ଚାଇନିଜ୍ ରସୁଣ କୃତ୍ରିମ ଭାବରେ ଲ୍ୟାବ୍‌ରେ ପ୍ରସ୍ତୁତ। ଯେଉଁଥିରେ ବିଭିନ୍ନ ରଙ୍ଗ ଏବଂ ରାସାୟନିକ ପଦାର୍ଥ ଯୋଗ ମିଶା ଯାଇଥାଏ। ଯାହା ଦ୍ବାରା ଏହାର ରଙ୍ଗ ଏବଂ ଗନ୍ଧ ଭାରତୀୟ ରସୁଣ ପରି ହୋଇଥାଏ। ଚାଇନିଜ୍ ରସୁଣ ଲ୍ୟାବରେ ପ୍ରସ୍ତୁତ ହୁଏ, ତେଣୁ ଏହାକୁ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରାଇଟିସ୍, ପେଟ ପ୍ରଦାହ ଏବଂ ଅନ୍ୟାନ୍ୟ ହଜମ ପ୍ରକ୍ରିୟା ସମସ୍ୟା ସହତ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ।
    ଚାଇନାର ରସୁଣର ବାହାର ସୁନ୍ଦର ଦେଖାଯିବା ପାଇଁ ଏଥିରେ କ୍ଷତିକାରକ କ୍ଲୋରିନ୍ ବ୍ୟବହାର କରି ବ୍ଲିଚ୍ କରାଯାଇଥାଏ। ଭାରତ ସରକାର ୨୦୧୪ରେ ନକଲି ଚାଇନିଜ୍ ରସୁଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଏହା ନେପାଳ ଦେଇ ବେଆଇନ ଭାବେ ଚୋରା ଚାଲାଣ କରାଯାଉଛି।

    ଏହି ଠକେଇ ରକ୍ଷା ପାଇବା ପାଇଁ ଭାରତୀୟ ଏବଂ ନକଲି ଚାଇନିଜ୍ ରସୁଣ ମଧ୍ୟରେ ଥିବା ପାର୍ଥକ୍ୟକୁ ଚିହ୍ନିବା ଜରୁରୀ। ଭାରତୀୟ ରସୁଣର ରଙ୍ଗ ଧଳା ଏବଂ ଗନ୍ଧ ଘନ। ଯେତେବେଳେ କି ଚାଇନିଜ୍ ରସୁଣ ହାଲୁକା ଧୂସର ଏବଂ ଗନ୍ଧ ମୃଦୁ ଅଟେ । ଚାଇନାର ରସୁଣର ଆକାର ଅଣ୍ଡା କିମ୍ବା ଗୋଲାକାର, ଏହା ଭାରତୀୟ ରସୁଣଠାରୁ ମଧ୍ୟ ଛୋଟ
    ଯେତେବେଳେ କି ଭାରତୀୟ ରସୁଣ ଅନ୍ୟ ଆକାରର। ବଜାରରେ ରସୁଣ କିଣିବାବେଳେ, ଏହାକୁ ହାତରେ ଘଷି ଗନ୍ଧ ଯାଞ୍ଚ କଲେ ଯଦି ଏହା ଶକ୍ତିଶାଳୀ ମନେ ହୁଏ ତେବେ ଏହା ଭାରତୀୟ ରସୁଣ। ଅପରାପକ୍ଷରେ ଯଦି ଗନ୍ଧ ସାମାନ୍ୟ ମନେହୁଏ ତେବେ ଏହା ଚାଇନିଜ୍ ନକଲି ରସୁଣ ହୋଇପାରେ ବୋଲି ଧରି ନେବାକୁ ହେବ ବୋଲି ବିଶେଷଜ୍ଞ ସତର୍କ ସୂଚନା ଜାରି କରିଛନ୍ତ। ଏହି ପ୍ରକାରର ସତର୍କତା ଅବଲମ୍ବନ କରି, ଗ୍ରାହକମାନେ ନିଜର ତଥା ପରିବାର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ ବୋଲି ବିଶେଷଜ୍ଞ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ